ପିପିଲି ୩୦/୦୧/୨୬ :ନିଜ ଜିଦ୍ ରେ ଅଟଳ ରହିଲା ପ୍ରଶାସନ। ଗାଁ ପଡା ରେ ଗର୍ଜିଲା ବୁଲୋଡଜର ।ସେପଟେ ଭିଟାମାଟି ପାଇଁ ଜୋରଦାର ବିରୋଧ ଜାରି ରଖିଲେ ଗାଁ ପଡ଼ା ବାସିନ୍ଦା।
ପିପିଲି ତହସିଲଦାର ହୃଷୀକେଶ ତ୍ରିପାଠୀ ଙ୍କ ନେତୃତ୍ଵ ରେ ପୋଲିସ ଫୋର୍ସ ଗାଁ ପଡା ରେ ଆଜି ଉଚ୍ଛେଦ ପ୍ରକିୟା ଆରମ୍ଭ କରିଛି ।ଗାଁ ମୁଣ୍ଡ ରେ ଥିବା କେତେକ ଘର କୁ ଭାଙ୍ଗିଛି । ଦୁଇ ଦୁଇ ଟି ବୁଲୋଡଜର ଗାଁ ରେ ଭାଙ୍ଗିବା କାର୍ଯ୍ୟ ରେ ନିୟୋଜିତ ହୋଇ ଥିବା ବେଳେ ନିଜ ଭିଟା ମାଟି ପାଇଁ ଗାଁ ଦାଣ୍ଡ ରେ ଜୋରଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଯଦିଓ ଆଗକୁ ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଏହି ଗ୍ରାମରେ ଅନେକ ନିଜକୁ ପ୍ରସ୍ତୁତ କରୁଛନ୍ତି କିନ୍ତୁ ନିଜ ଭି ଟା ମାଟି ପାଇଁ ନିଜ ପରିବାର ସହିତ ନିଜକୁ ସାମିଲ କରି ପ୍ରତିବାଦ କରିଛନ୍ତି। ଭୋଟ ନେଇ ତାଙ୍କୁ ପ୍ରତାରଣା କରାଯାଉଛି ଓ ପ୍ରକଳ୍ପ ନାମ ରେ ତାଙ୍କୁ ଥଇଥାନ ନ କରାଯାଇ ଜୁଲୁମ୍ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବିଶେଷ କରି ଓରକଳ ପଞ୍ଚାୟତ ରେ ୧୩ ନମ୍ୱର ଏହି ବାସିନ୍ଦା ମାନଙ୍କୁ ଇନ୍ଦିରା ଆବାସ ଗୃହ ରେ ଅନେକ ଙ୍କୁ ସାମିଲ କରାଯାଇ ଥିବା ବେଳେ ସରକାର ଙ୍କ ସବୁ ଯୋଜନା ଗାଁ ରେ ଉପଲବ୍ଧ ରହିଛି । କିନ୍ତୁ କୌଣସି ଥଇଥାନ ପୂର୍ବରୁ ଆଜି ହଠାତ ଉଚ୍ଛେଦ କୁ ବିରୋଧ କରିଛନ୍ତି ଲୋକେ । ଆଜି ଗାଁ ପଡା ରେ ଥିବା ପ୍ରାୟ ୫ଟି ପ୍ଲକା ଘର କୁ ମାଟି ରେ ମିଶାଇ ଦିଆଯାଇଛି।


.jpg)
0 Comments