ମୁଣ୍ଡବୁଲା ସେଉଳ ଏବେ
ପଙ୍କ ଗାଡିଆରେ
ଏଠି ଅପା ସେଠୀ ନାନୀ
ଅଭିନୟ କରେ
ମୁଦ୍ରା ରକ୍ଷାସ ସେଉଳ
ଲାଙ୍ଗୁଡ ହଲାଏ
ପଇସା ପାଇଲେ ମାଡ
ସବୁ ଭୁଲିଯାଏ
ଯୋଉଠୁ ଖାଇଲା ମାଡ
ସେଉଳ ସେଇଠି
ଅଲାଜୁକ ସେଉଳ ଧରା
ପଡିବ କୋଉଠି
ମହାନ ନାଳୁଆ ସେଉଳ
ପଙ୍କରେ ଲୁଚିଛି
ଚୋର ହୋଇ ସାଧୁମୁଖା
ପିନ୍ଧି ବୁଲୁଅଛି
ପଇସା ଯେଉଁଠି ସେଉଳ
ସେଇଠି ରହିବ
ମାଡ ଖାଇ ଟଙ୍କାଧରି
ଦାନ୍ତ ଦେଖେଇବ
ପଙ୍କୁଆ ସେଉଳ କୁ ଆଉ
ନାହିଁ ଆଦର ।
ଏବେ ପରା ମଟନର
ଖାଲି ବେପାର।


.jpg)
0 Comments