ପୁରୀ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ କ୍ଷେତ୍ର ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରୁ ଯୁବ କଂଗ୍ରେସ ସଭାପତି ଭାବେ ସୌମ୍ୟରଂଜନ ବରାଳ ନିର୍ବାଚିତ ହୋଇଛନ୍ତି। ସୌମ୍ୟରଂଜନ ୨୦୧୭ ରୁ ପାଞ୍ଚ ବର୍ଷ ଧରି ଛାତ୍ର କଂଗ୍ରେସ ସହ ରହି ପୁରୀ ଜିଲ୍ଲାରେ ସଂଗଠନକୁ ସକ୍ରିୟ କରିଥିଲେ। ବର୍ତ୍ତମାନ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପ୍ରଥମ ବର୍ଷର ଛାତ୍ର ଅଟନ୍ତି। ଅଖିଳ ଭାରତୀୟ ଯୁବ କଂଗ୍ରେସ ତରପରୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପାଇଁ ସଦସ୍ୟତା ଅଭିଯାନ ସହ ବିଭିନ୍ନ ସାଙ୍ଗଠନିକ ପଦବୀ ଯଥା ରାଜ୍ୟ ଯୁବ କଂଗ୍ରେସ ସଭାପତି, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସହିତ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସଦସ୍ୟତା ଅଭିଯାନ ଓ ଭୋଟିଂ ଗତ ମାର୍ଚ୍ଚ ମାସ ୭ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍ ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରତିଦ୍ୱନ୍ଦିତା କରି ସୌମ୍ୟ ବିଜୟୀ ହୋଇଛନ୍ତି। ଏହି ବିଜୟ ପରେ ସେ ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଶ୍ରୀନିବାସ ବିଭି, ପିସିସି ସଭାପତି ଶରତ ପଟ୍ଟନାୟକ, ସ୍ଥାନୀୟ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି। ପିପିଲି- ଡେଲାଙ୍ଗରେ ଆଗାମୀ ଦିନରେ କିପରି ବହୁଳ ମାତ୍ରରେ ଯୁବକ ଦଳରେ ସାମିଲ ହେବେ, ସେ ଦିଗରେ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
0 Comments