ଦ ରୁରାଲ ନ୍ୟୁଜ :ଅସହାୟ କୁ ସହାୟତା ର ହାତ ବଢ଼ାଇଲେ ଓଡିଶା ଭାଇ ଭଉଣୀ ସେବା ସଙ୍ଗଠନ । ପୁରୀ ଜିଲ୍ଲା ନିମାପଡା ବ୍ଲକ ତୁଳସୀ ପୁର ପଂଚାୟତ ରେ ଜନୈକ ଅସହାୟ ବୃଦ୍ଧା ମହିଳା ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଥିଲେ । ଦୁର୍ଘଟଣା ଯୋଙ୍ଗୁ ତାଙ୍କ ଡାହାଣ ଗୋଡ଼ ନଷ୍ଟ ହୋଇଥିଲା ।
ଏହି ଖବର ପାଇ ଓଡିଶା ଭାଇ ଭଉଣୀ ସେବା ସଙ୍ଗଠନ ବୃଦ୍ଧା ମହିଳା ଙ୍କ ଘରେ ପହଞ୍ଚି ତାଙ୍କୁ ସହାୟତା ପ୍ରଦାନ କରିଛନ୍ତି । ସେବା ସଙ୍ଗଠନ ର ନିର୍ଦେଶକ ଅମୂଲ୍ୟ ବାରିକ,ସମ୍ପାଦକ ପ୍ରମୋଦ ମଳିକ, ଙ୍କ ସମେତ ସଙ୍ଗଠନ ର ସଦସ୍ୟ ରାନୀ ମଳିକ, ଅନନ୍ତ କୁମାର,ଲିକୁନ ,ଅରୁଣ, ପ୍ରିୟା,ଶଙ୍କର, ଭବାନୀ, ଜିତୁ, କିଷ୍ଣା , ପ୍ରମୁଖ ଯୋଗ ଦେଇଥିଲା ବେଳେ ଅକ୍ଷୟ ଓ ସବିତା ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ ।
ଏହାଛଡା ଅନୁଷ୍ଠାନ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟ କରାଯାଇ ଅଛି, ଜଙ୍ଗଲ ନଷ୍ଟ ଓ ବହୁଳ ପରିମାଣ ରେ ଗଛ କାଟିବା ଫଳରେ ତାପମାତ୍ରା ନିୟନ୍ତ୍ରଣ ହରାଉ ଥିବା ବିଭିନ୍ନ ଦୈଵ ଦୁର୍ବିପାକ ର ଶୀକାର ହେଉଛି ମଣିଷ ସମାଜ ।ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତି ଗଛ ଟିଏ ଲଗାନ୍ତୁ ବୋଲି ଜନସାଧାରଣ ଙ୍କୁ ଅପିଲ କରିଛି ଓଡିଶା ଭାଇ ଭଉଣୀ ସଙ୍ଗଠନ ।ବ୍ୟୁରୋ ରିପୋର୍ଟ ଦ ରୁରାଲ ନ୍ୟୁଜ ।
0 Comments