ମୁମ୍ବାଇ: ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଓ ପରେଶ ରାୱଲ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓଏମ୍ଜି ୨’ର ଟିଜର୍ ମଙ୍ଗଳବାର ରିଲିଜ୍ ହୋଇଛି। ଟିଜର୍ ଲୋକଙ୍କୁ ବେଶ୍ ପସନ୍ଦ ଆସିଛି।
ଦର୍ଶକ ଏଥିରେ ସକରାତ୍ମକ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଆସ୍ତିକ ଓ ନାସ୍ତିକ, ଭଗବାନ ଓ ବିଶ୍ବାସ ଉପରେ ଚର୍ଚ୍ଚା କରାଯାଇଛି। ସମସ୍ତ କଳାକାରଙ୍କ ଲୁକ୍ ଖୁବ୍ ପ୍ରଭାବଶାଳୀ ରହିଛି ଏବଂ ସମ୍ପୂର୍ଣ୍ଣ ଟିଜରରେ ‘ହର ହର ମହାଦେବ’ ଓ ‘ଜୟ ମହାକାଳ’ ଧ୍ବନି ଶୁଣିବାକୁ ମିଳିଛି। ଟିଜର ଆରମ୍ଭରେ ଏକ ସ୍ବର ଶୁଣାଯାଉଛି, “ଭଗବାନ ଅଛନ୍ତି କି ନାହାନ୍ତି ଏହାର ପ୍ରମାଣ ମଣିଷ ଆସ୍ତିକ କିମ୍ବା ନାସ୍ତିକ ହୋଇ ଦେଇପାରିବ। କିନ୍ତୁ ଭଗବାନ ନିଜେ ସୃଷ୍ଟି କରିଥିବା ମନୁଷ୍ୟଙ୍କ ମଧ୍ୟରେ କଦାପି ଭେଦ ଭାବ କରନ୍ତି ନାହିଁ। ସେ ନାସ୍ତିକ କାଞ୍ଜିଲାଲ ମେହେଟ୍ଟା ହୁଅନ୍ତୁ ଅବା ଆସ୍ତିକ କାନ୍ତିଶରଣ। ଦୁଃଖରେ ଡାକିଲେ ସର୍ବଦା ସେ ତାଙ୍କ ସନ୍ତାନ ପାଖକୁ ଟାଣି ହୋଇଆସନ୍ତି”।
0 Comments