Header Ads Widget



BREAKING NEWS

6/recent/ticker-posts

ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ଜିତିଲା

ବେଙ୍ଗାଲୁରୁ : ଦକ୍ଷିଣାଞ୍ଚଳ ୧୪ଶ ଥର ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଦୁଲିପ ଟ୍ରଫି ଚମ୍ପିଆନ୍ ହୋଇଛି। ରବିବାର ସ୍ଥାନୀୟ ଏମ୍‌.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ବିସିସିଆଇର ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନ୍‌ରେ ଦକ୍ଷିଣାଞ୍ଚଳ ପରାସ୍ତ କରିଛି। ୨ୟ ଇନିଂସରେ ୨୯୮ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ପଶ୍ଚିମାଞ୍ଚଳ ରବିବାର ୫ମ ତଥା ଅନ୍ତିମ ଦିନରେ ୨୨୨ ରନ୍‌ରେ ଅଲ୍ଆଉଟ୍‌ ହୋଇ ପରାଜୟ ଭୋଗିଛି। ପଶ୍ଚିମାଞ୍ଚଳ ୩୪ ଥର ଫାଇନାଲ ଖେଳି ୧୬ଶ ରନର୍ସଅପ୍ ହୋଇଛି। ଅନ୍ୟପକ୍ଷରେ ୨୪ତମ ଫାଇନାଲ ଖେଳି ଦକ୍ଷିଣାଞ୍ଚଳ ୧୪ ଥର ଚମ୍ପିଆନ୍ ହୋଇଛି।


୨ୟ ଇନିଂସରେ ୨୯୮ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ପଶ୍ଚିମାଞ୍ଚଳ ୪ର୍ଥ ଦିନ ଶେଷରେ ୫ ୱିକେଟ୍‌ରେ ୧୯୨ ରନ୍‌ କରିଥିଲା। ୫ମ ଦିନରେ ଏହା ଆଉ ୪୦ ରନ୍‌ ଯୋଗକରି ଶେଷ ୫ଟି ୱିକେଟ ହରାଇ ପରାସ୍ତ ହୋଇଥିଲା। ଏକଦା ପଶ୍ଚିମାଞ୍ଚଳ ୪ ୱିକେଟରେ ୧୭୭ ରନ୍‌ କରିଥିବା ବେଳେ ୪୫ ରନ୍‌ରେ ଶେଷ ୬ଟି ୱିକେଟ ହରାଇ ପରାସ୍ତ ହୋଇଥିଲା। ୪ର୍ଥ ଦିନରେ ୯୨ ରନ୍‌କରି ଅପରାଜିତ ଥିବା ଅଧିନାୟକ ପ୍ରିୟଙ୍କ ପାଞ୍ଚାଲ ଶେଷ ଦିନରେ ଆଉ ମାତ୍ର ୩ ରନ୍‌ ଯୋଗକରି ଆଉଟ୍‌ ​‌େ​‌​‌ହାଇଯିବା ପଶ୍ଚିମାଞ୍ଚଳ ପାଇଁ ଘାତକ ହୋଇଥିଲା। ପାଞ୍ଚାଲ ୧୧ଟି ଚୌକା ସହ ୯୫ ରନ୍‌ କରିଥିଲେ। ପରେ ଧର୍ମେନ୍ଦ୍ର ସିଂହ ଜାଡ଼େଜା ୧୫ ରନ୍‌ କରିିଥିବା ବେ​‌େ​‌ଳ ନିମ୍ନକ୍ରମର ଅନ୍ୟ ସମସ୍ତେ ବିଫଳ ହୋଇଥିଲେ। ଦକ୍ଷିଣାଞ୍ଚଳର ପେସ୍‌ ବୋଲର ବାସୁକି କୌଶିକ ଓ ବାମହାତି ସ୍ପିନର ଆର୍. ସାଇକିଶୋର ୪ଟି ଲେଖାଏଁ ୱିକେଟ ନେଇଥିଲେ। ଦକ୍ଷିଣାଞ୍ଚଳର ବିଦ୍ବତ କାଭେରାପ୍ପା ଉଭୟ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଓ ପ୍ଲେୟର ଅଫ୍ ଦି ସିରିଜ୍ ହୋଇଥିଲେ। ଫାଇନାଲରେ କାଭେରାପ୍ପା ୮ (୭+୧)ଟି ୱିକେଟ ନେଇଥିବା ବେଳେ ପୂରା ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ୱିକେଟ ନେଇଥିଲେ। ଶନିବାର ୪ର୍ଥ ଦିନ ଶେଷ ସୁଦ୍ଧା ବିଜୟୀ ହେବା ସ୍ଥିତିରେ ଥିବା ଦକ୍ଷିଣାଞ୍ଚଳ ଶେଷ ଦିନରେ ଏପରି ବିପର୍ଯ୍ୟୟ ଭୋଗି ପରାସ୍ତ ହେବ ବୋଲି ଆଦୌ ଭାବି ନଥିବ।

Post a Comment

0 Comments