ଦ ରୁରାଲ ନ୍ୟୁଜ : ପୁଣି ଅଶାନ୍ତ ହେଲା ପୁରୀ ସହର। ପୁରୀର ଯୁବ ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ଗୁଳି କରି କରାଯାଇଛି ହତ୍ୟା ଉଦ୍ୟମ। ହେଲେ ଅଳ୍ପକେ ମୃତ୍ୟୁ ମୁଖ ରୁ ବର୍ତ୍ତି ଯାଇଛନ୍ତି ସୋମନାଥ। ତେବେ ଦୂର୍ବୁର୍ତ୍ତ ମାନେ ସୋମନାଥ ଙ୍କ ମୁଣ୍ଡ କୁ ଆକ୍ରମଣ କରିଥିବା ରୁ ସେ ଆହତ ହୋଇ ପୁରୀ ମେଡ଼ିକାଲ ରେ ପ୍ରଥମେ ଭର୍ତି ହୋଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ କଟକ ରେଫର୍ କରାଯାଇଛି। ତେବେ କିଏ ଓ କଣ ପାଇଁ ସୋମନାଥ ଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ତାହା ଜଣାପଡ଼ିନାହିଁ। ତେବେ ପ୍ରତ୍ୟକ୍ଷଦର୍ଶି ଙ୍କ କହିବା ଅନୁଯାୟୀ ଆକ୍ରମଣ ପରେ ଦୁଇ ଜଣ ବ୍ୟକ୍ତି ମୋଟର ସାଇକେଲ ରେ ଫେରାର ହୋଇ ଯାଇଥିଲେ। କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରେଡକ୍ରସ ରୋଡ ପାଣି ଗୋଦାମ ନିକଟରେ ସୋମନାଥ ସାହୁଙ୍କୁ ଗୁଳି କରି ହତ୍ୟା ଉଦ୍ୟମ କରିଥିଲେ ଦୁର୍ବୁତ୍ତ। ଖବର ପାଇ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ, ସିଟି ଡିଏସପି ଓ ଅତିରିକ୍ତ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରି ଅଭିଯୁକ୍ତ କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଗତକାଲି ସନ୍ଧ୍ୟାରେ ୪ ଜଣ ଦୁର୍ବୁତ୍ତ ସୋମନାଥଙ୍କ ଗୋଦାମ ନିକଟକୁ ଆସିଥିଲେ। ଦୁଇ ଜଣ ଦୁର୍ବୃତ୍ତ ବାହାରେ ଥିବାବେଳେ ଆଉ ଦୁଇଜଣ ଦୁର୍ବୃତ୍ତ ଭିତରକୁ ପଶି ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୋମନାଥ ଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା। ତୁରନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଓ ପରିବାର ଲୋକେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ଓଟିରେ ଭର୍ତ୍ତି କରାଇଥିଲେ। ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପୁରୀରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି।ଖବର ପ୍ରଚାର ହେବା ପରେ ହସ୍ପିଟାଲରେ ଶତାଧିକ ଲୋକେ ଏକତ୍ରିତ ହୋଇଥିଲେ।
ଘଟଣା ସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀ ଓ ପଡୋଶୀଙ୍କୁ ପଚରାଉଚୁରା କରିଛନ୍ତି କହିଛନ୍ତି ପୁରୀ ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର। ଏଥିସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛନ୍ତି । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତ ବନ୍ଧୁକ ନେଇ ସୋମନାଥଙ୍କୁ ଆକ୍ରମଣ କରୁଥିବା ସମୟରେ ସୋମନାଥ ଙ୍କ ସହିତ ତାଙ୍କର ଠେଲା ପେଲା ହୋଇ ଥିଲା ବେଳେ ସୋମନାଥ ଙ୍କୁ କାଠ ଫାଳିଆ ଓ ଚେୟାରରେ ଆକ୍ରମଣ କରିଥିଲେ ଦୁର୍ବତ୍ତ । ସେପଟେ ଖବର ପାଇ ବିଜୁ ଯୁବ ଜନତା ଦଳ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ସୋମନାଥ ଙ୍କୁ ଭେଟିବା ସହିତ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ଙ୍କ ସହିତ ଆଲୋଚନା କରିଥିବା ବେଳେ ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଗିରଫ କରିବା ପାଇଁ ଦାବି କରିଥିଲେ । ଅନ୍ୟପଟେ ଶୁଭାଶିଷ ଖୁଣ୍ଟିଆ ପୁରୀ ବିଧାନ ସଭା ଆସନ ରେ ବିଜେଡି ରୁ ବିଧାୟକ ଟିକେଟ ଦୌଡ଼ ରେ ଥିବା ବେଳେ ସୋମନାଥ ତାଙ୍କର ସହଯୋଗୀ ଭାବରେ ପରିଚିତ, ସୋମନାଥ ଙ୍କୁ ଆକ୍ରମଣ ପରେ ଏହା ପୂର୍ବ ଶତ୍ରୁତା ନା ରାଜନୈତିକ ହିଂସା ପୋଲିସ ସବୁ ଦିଗରୁ ଏହାର ତଦନ୍ତ କରିବାର ଆବଶ୍ୟକତା ରହିଛି ।
0 Comments