Header Ads Widget



BREAKING NEWS

6/recent/ticker-posts

ନୀରବତା ପଛ ରେ ରହିଛି କେଉଁ ରହସ୍ୟ ?

ରୁରାଲ ନ୍ୟୁଜ ବ୍ୟୁରୋ:ନଦୀ ପଠା ରେ ବେଆଇନ  ନିର୍ମାଣ କଥା ହେଉ କି ରୁଟି ମେସିନ ରେ  ନାବାଳକ ଡାହାଣ ହାତ ଆଙ୍ଗୁଠି  କଟିବା ଘଟଣା ଏହି ଶୀର୍ଷକ ଖବର  ପରେ  ପିପିଲି ରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ଉପରେ ଅଙ୍ଗୁଳି ଉଠାଇଛନ୍ତି ବୁଦ୍ଧିଜୀବି   ନିଜକୁ ଚତୁର୍ଥ ବୋଲାଉ ଥିବା  ପ୍ରତିନିଧି ମାନେ ନିଜ ନିଜର  ଦାୟିତ୍ବ ତୁଲାଇବା ରେ କେଉଁଠି ପ୍ରତିବନ୍ଧକ ରହିଲା ବୋଲି ପ୍ରଶ୍ନ କରିବା ସହିତ  ଏଭଳି ଖବର ଚାପିବା ପଛରେ କଣ ରହସ୍ୟ ରହିଛି ବୋଲି ପ୍ରଶ୍ନ କରିଛନ୍ତି


ଗତ କିଛିଦିନ ତଳେ ପିପିଲି କଣ୍ଟି ଠାରେ ଦୟା ନଦୀ ପଠା ରେ ବେଆଇନ ନିର୍ମାଣ ନେଇ ସ୍ଥାନୀୟ ଜନସାଧାରଣ ଙ୍କର ଅଭିଯୋଗ ସାମନା କୁ ଆସିଥିଲା। କଣ୍ଟି ଅଞ୍ଚଳର ସ୍ଥାନୀୟ ବାସିନ୍ଦା ନେଇ ମନ୍ତ୍ରୀ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଦ୍ବାରସ୍ଥ ହୋଇଥିଲେ ନଦୀରେ ବନ୍ୟା ଆସିଲେ କଣ୍ଟି ପଂଚାୟତ ପ୍ରଭାବିତ ହେବାର ଆଶଙ୍କା କରି ଲୋକେ ଭୟଭୀତ ହୋଇ ପଡ଼ିଥିଲେ , ପରିବେଶ ଦିବସ ଅବସରରେ ଏହାକୁ ବିରୋଧ କରି ବିଭିନ୍ନ ରାଜନୈତିକ ସଙ୍ଗଠନ ସ୍ଥାନୀୟ ଗ୍ରାମବାସୀ ନଦୀ ପଠାରେ ବେଆଇନ କାମ କୁ ବିରୋଧ କରିଥିଲେ ମାତ୍ର ଏହି ଶୀର୍ଷକ ଖବର ମଧ୍ୟ ସେ ସମୟ ରେ ଅନେକ ପ୍ରତିଷ୍ଠିତ ଛାପା ବୈଦୁତିକ ଗଣମାଧ୍ୟମ ରେ ପ୍ରସାରିତ ହୋଇ ପାରି ନଥିଲା

ଠିକ ସେହିପରି  ଗତକାଲି ରୁଟି ଦୋକାନ ରେ ନାବାଳକ  ବଡ଼ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଯାଇ ଥିଲେ ମଧ୍ୟ ଡାହାଣ ହାତ ଦୁଇ ଗୋଟି ଅଙ୍ଗୁଠି ରୁଟି ମେସିନ ରେ ପଶି  କଟିଥିଲା ପ୍ରାୟ ଅଧଘଣ୍ଟା ପରିଶ୍ରମ କରି ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଏହି ନାବାଳକ କୁ ଉଦ୍ଧାର କରି ଚିକିତ୍ସା ପାଇଁ ପିପିଲି ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ କିନ୍ତୁ ଏଭଳି ଖବର କୁ ମଧ୍ୟ ଆଜି  ପ୍ରତିଷ୍ଠିତ ଖବର ରେ ସ୍ଥାନ ମିଳି ପାରିଲା ନାହିଁ, ଯାହା ପାଇଁ ପାଠକ ଙ୍କ ସମାଲୋଚନା ଶୀକାର ହୋଇଛନ୍ତି ଅନେକ   ଏତିକି ନୁହେଁ ଗତକାଲି ଏତେ ବଡ଼ ଘଟଣା ପରେ ପିପିଲି ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ  ଏତେ ବଡ଼ ଘଟଣା ପରେ  ପିପିଲି ପୋଲିସ ନୀରବତା କୁ ନେଇ  ମଧ୍ୟ ପ୍ରଶ୍ନ ଉଠିଛି ଏଡ଼େ ବଡ଼ ଘଟଣା ପରେ ପୋଲିସ ମାମଲା   କରିବା ପଛରେ  କଣ ରହିଛି ରହସ୍ୟ ବୋଲି ମଧ୍ୟ ଏବେ ପ୍ରଶ୍ନ ଉଠିବା ସ୍ବଭାବିକ ତେବେ ଦେଖାଯାଉ ଏହି ଘଟଣା କୁ ଚପାଇବାରେ ରେ କିଏ କେଉଁ ଭୂମିକା ତୁଲାଉଛି

Post a Comment

0 Comments