ନୂଆଦିଲ୍ଲୀ: ଥାଇଲାଣ୍ଡର ବ୍ୟାଙ୍କକ୍ରେ ଚାଲିଥିବା ଏସୀୟ ଦୌଡ଼କୁଦ ପ୍ରତିଯୋଗିତାର ୨୫ତମ ସଂସ୍କରଣରେ ଶନିବାର ଚତୁର୍ଥ ଦିବସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ମୁରଲୀ ଶ୍ରୀଶଙ୍କର। ପୁରୁଷ ଲମ୍ବ ଡିଆଁରେ ଶ୍ରୀଶଙ୍କର ୮.୩୭ ମିଟର ଅତିକ୍ରମ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ଏଥି ସହିତ ଶ୍ରୀଶଙ୍କର ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ଲମ୍ବଡିଅଁା
ରେ ଯୋଗ୍ୟତା ମାର୍କ ୮.୩୭ ମିଟର ରହିଛି। ଶ୍ରୀଶଙ୍କରଙ୍କ ଜୀବନର ଏହା ଦ୍ବିତୀୟ ସର୍ବାଧିକ ସଫଳତା। ପୂର୍ବରୁ ଶ୍ରୀଶଙ୍କର ବୁଦାପେଷ୍ଟ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ମଧ୍ୟ ଯୋଗ୍ୟତା ହାସଲ କରିଥିଲେ। ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଶ୍ରୀଶଙ୍କର ୮.୪୧ ମିଟର ଡେଇଁ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତା ଲାଗି ଯୋଗ୍ୟତା ହାସଲ କରିଥିଲେ। ଚାଇନିଜ୍ ତାଇପେର ୟୁ ଟାଙ୍ଗ ଲିନ୍ ୮.୪୦ ମିଟର ସହ ସ୍ବର୍ଣ୍ଣ, ଚୀନର ଝାଙ୍ଗ ମିନକୁଙ୍ଗ ୮.୦୮ ମିଟର ସହ କାଂସ୍ୟ ପଦକ ଜିତିଛନ୍ତି। ୪୦୦ ମିଟର ପୁରୁଷ ବାଧାଦୌଡରେ ଭାରତର ସନ୍ତୋଷ କୁମାର କାଂସ୍ୟ ପଦକ ଜିତିଛନ୍ତି।
0 Comments