କଲମପୁର: କଲମପୁର ପୁଲିସ ମଙ୍ଗଳବାର ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଭବାନୀପାଟଣା ସ୍ୱତନ୍ତ୍ର ପୋକ୍ସୋ ଅଦାଲତକୁ ଚାଲାଣ କରିଛି।
ସୂଚନା ଅନୁସାରେ, ଗତ ଶନିବାର ଜଣେ ୭ ବର୍ଷିୟ ନାବାଳିକା ଜମିରେ କାମ କରୁଥିବା ନିଜ ଭିନ୍ନକ୍ଷମ ବାପାଙ୍କ ପାଇଁ ଖାଇବା ନେଇ ଜମିକୁ ଯାଇଥିଲା। ସେଠାରେ ତା’ର ବାପାଙ୍କୁ ଖାଇବାକୁ ଦେଇ ନିକଟସ୍ଥ ନଳକୂଅକୁ ପାଣି ଆଣିବାକୁ ଯାଇଥିଲା। ଅଞ୍ଚଳ ଶୂନଶାନ୍ ଥିବାରୁ ସେଠାରେ ଥିବା ଅପରିଚିତ ଅଭିଯୁକ୍ତ ଜଣକ ନାବାଳିକାକୁ ଟେକି ନେଇ ନିଛାଟିଆ ସ୍ଥାନରେ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା। ଏନେଇ କାହାକୁ କିଛି ଜଣାଇଲେ ଜୀବନରୁ ମାରି ଦେବାର ଧମକ ମଧ୍ୟ ଦେଇଥିଲା। ନାବାଳିକା ଜଣକ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଘଟଣାସ୍ଥଳରେ ପଡ଼ି ରହିଥିଲା। ଝିଅ ଆସିବା ବିଳମ୍ବ ହେବା ଦେଖି ବାପା ଝିଅକୁ ଖୋଜିବାକୁ ଗଲା ବେଳକୁ ଝିଅର ଅବସ୍ଥା ଦେଖି ହତବାକ୍ ହେଇ ଯାଇଥିଲେ।
0 Comments