Header Ads Widget



BREAKING NEWS

6/recent/ticker-posts

ମା’ ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡ

ଅନୁଗୋଳ : ଗୁରୁବାର ଦିନ ଅତିରିକ୍ତ ଜିଲା ଏବଂ ସେସନ୍ସ ଜଜ ତଥା ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ଜଣେ ମା’ ହତ୍ୟାକାରୀ ପୁଅକୁ ଆଜୀବନସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ଗତ ୬/୫/୨୦୨୧ ଦିନ ଅନୁଗୋଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନିଶା ଗାଁର ଚନ୍ଦ୍ରମଣି ପୃଷ୍ଟି ନିଜ ମା’ ପ୍ରମୋଦିନୀ ପୃଷ୍ଟିଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ପ୍ରମୋଦିନ ଟଙ୍କା ଦେବାକୁ ମନା କରିଦିଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ରମଣି ନିଜ ମା’ କୁ ପ୍ରଥମେ ଏକ ଧକା ମାରିଥିଲେ। ଫଳରେ ପ୍ରମୋଦିନ ତଳେ ପଡିଯାଇଥିଲେ। ତାପରେ ଚନ୍ଦ୍ରମଣି ଅତି ନୃଶଂସ ଭାବେ ନିଜ ମା’କୁ ବିଧା, ଗୋଇଠା ମାରିବା ସହ ବାଡ଼ିରେ ତାଙ୍କ ମୁଣ୍ଡକୁ ଖୁବ ଜୋରରେ ବାଡେଇଥିଲେ। ଫଳରେ ପ୍ରମୋଦିନୀ ଗୁରୁତର ଆହତ ହେବାସହ ତାଙ୍କ ମୁଣ୍ଡ ଓ କାନରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଅନୁଗୁଳ ଡାକ୍ତର ଖାନାକୁ ଆଣିଥିଲେ। ସେଠାରୁ ପୁଣି ତାଙ୍କୁ କଟକ ସ୍ଥାନାନ୍ତର କରିଦିଆଯାଇଥିଲା। କିନ୍ତୁ ସେଠାରେ ପ୍ରମୋଦିନୀଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଚନ୍ଦ୍ରମଣିଙ୍କ ସ୍ତ୍ରୀ ଉପମା ପୃଷ୍ଟି ଏନେଇ ନିଶା ଥାନାରେ ଲିଖିତ ଏତେଲା ଦେବାପରେ ପୁଲିସ ଏକ ମାମଲା ରୁଜୁ କରି ହତ୍ୟାକାରୀ ଚନ୍ଦ୍ରମଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

Post a Comment

0 Comments