Header Ads Widget



BREAKING NEWS

6/recent/ticker-posts

ନିମ୍ନ ମାନର କାମ ନା ପିସି , ପାଚେରୀ ଭୁଶୁଡ଼ି ପଡ଼ିବାର କାରଣ କଣ ? କାହା ଉପରେ ହେବ କାର୍ଯ୍ୟାନୁଷ୍ଠାନ ?

ଦ ରୁରାଲ ବ୍ୟୁରୋ : (ପୁରୀ) କାହା ପାଇଁ ଭୁଶୁଡ଼ି ଗଲା ପାଚେରୀ, ନିମ୍ନ ମାନର କାମ ନା କାମ  ନା 


ଅତ୍ୟଧିକ ପିସି କାରବାର    ତାହା ଏବେ ପିପିଲି ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ମାତ୍ର କେଇ ମାସ ତଳେ ପିପିଲି ଏନ ଏ ଏସି ୪ନମ୍ବର ୱାର୍ଡ ର ନବ ନିର୍ମିତ ଗୋଳା ପୋଖରୀ ପାଚେରୀ ଭଶୁଡି ପଡିଥିଲା।  ନିର୍ମାଣ ଧୀନ ପାଚେରୀ  ଭୁଶୁଡ଼ି ପଡିବା ପରେ ନିର୍ମାଣ କାର୍ଯ୍ୟ କୁ ନେଇ  ପ୍ରଶ୍ନ ଉଠାଇ ଥିଲେ ପିପିଲି ସହର ବାସୀ ଓ ବୁଦ୍ଧିଜୀବୀ । ମାତ୍ର  ସେ ସମୟ ରେ ଅଧିକାରୀ ମାନେ କାମ ପାଇଁ ମାଟି ପକାଇବାକୁ ଆସିଥିବା ଟ୍ରାକ୍ଟର ଭାରସାମ୍ୟ ହରାଇ ପାଚେରୀ ରେ ପିଟି ହୋଇ ଯାଇ  ପାଚେରୀ ଭାଙ୍ଗି ପଡିଛି  କହି ଏଭଳି ଘଟଣା କୁ ଚାପିବା ପାଇଁ ଓ  ଘଟଣା କୁ ଚପାଇବା ପାଇଁ ଉଦ୍ୟମ କରିଥିଲେ । ଏହାର ମାତ୍ର କିଛିଦିନ  ନ ପୁରୁଣୁ ଝିପିଝିପି ବର୍ଷା ପାଇଁ ପାଚେରୀ ପାର୍ଶ୍ଵରେ ମାଟି  ଦବିବା ଫଳରେ ପାଚେରୀ ରେ ଫାଟ ସୃଷ୍ଟି ହୋଇଥିଲା। ବର୍ଷା ଲାଗି ରହିଲେ ଏହି ନିମ୍ନମାନର ପାଚେରୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିବାର ମଧ୍ୟ ଆଶଙ୍କା କରାଯାଇ ଥିଲା । ଏହି ଖବର ମଧ୍ୟ ପିପିଲି ଏନ ଏ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପୂଜା ରାଉତ ଓ ବିଭାଗୀୟ ଯନ୍ତ୍ରୀ ଙ୍କ ଜ୍ଞାତସାର ରେ ରହିଥିଲା । ମାତ୍ର ଅଧିକାରୀ ମାନେ ଏହି ଅଭିଯୋଗ କୁ ହାଲୁକା ଭାବରେ ନେଇ ଥିବା କାରଣ ରୁ ମାତ୍ର କେଇ ଘଣ୍ଟା ସାମନ୍ୟ ବର୍ଷା କୁ  ସହ୍ୟ କରି ପାରିନଥିଲା ପାଇଲିଂ ରେ ପ୍ରସ୍ତୁତ ବୋଲି  କୁହାଯାଇ ଥିବା ନବ ନିର୍ମିତ ପାଚେରୀ । ପ୍ରାୟ ୩୫ଲକ୍ଷ ଟଙ୍କା ବିନିମୟରେ  ନିର୍ମାଣ କରାଯାଇ ଥିବା ପାଚେରୀ କାର୍ଯ୍ୟ ପିପିଲି ଏନ ଏ ଏସି ଅଞ୍ଚଳର ଦୁଇ ସ୍ଵୟଂ ସହାୟକ ଗୋଷ୍ଠୀ କୁ ଦାୟିତ୍ୱ ଅର୍ପଣ କରାଯାଇ ଥିଲା । ମାତ୍ର ଦାୟିତ୍ୱ ନେଇ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ଏହି କାମ କରିବା ବଦଳ ରେ ଏହି ପାଚେରୀ ନିର୍ମାଣ କାର୍ଯ୍ୟ ଜନୈକ ବ୍ୟକ୍ତି କରୁଥିବା ବେଳେ  ନିର୍ମାଣ କାର୍ଯ୍ୟ କୁ ମନମୁଖୀ କରିଥିଲେ ।

ମାର୍ଚ୍ଚ ମାସ ୨୦୨୩ ରେ ଆରମ୍ଭ ହୋଇ ଥିବା ଏହି କାମ ମାସ କେଇଟା ନ ପୁରୁଣୁ  ପ୍ରଥମେ ପାଚେରୀ ଭୁଶୁଡ଼ି ପଡିଥିଲା ,କିନ୍ତୁ ଏ ସମୟ ରେ  କାମ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ କୁ ଏ ନେଇ ଉତ୍ତର ଦାୟୀ କରାଯାଇ ନଥିବା ବେଳେ ପାଚେରୀ ଭୁଶୁଡ଼ି ପଛରେ ଥିବା କାରଣ ଟ୍ରାକ୍ଟର ର ଥିଲା ବୋଲି କହି ଘଟଣା କୁ ଘଣ୍ଟ ଘୋଡାଇ ଥିଲା  ପିପିଲି ଏନ ଏ ଏସି ,ଏହା ପରେ ପୁଣି  ତାଳି ପକା କାମ କରି ପାଚେରୀ ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ସୋମବାର ଦିନ ଅପରାହ୍ନ ବର୍ଷା   ଦୁର୍ବଳ ପାଚେରୀ ର ଖୁଲାସା କରିଥିଲା, ମାତ୍ର କେଇ ଘଣ୍ଟା ର ଝିପିଝିପି ବର୍ଷା ପିପିଲି ଏନ ଏ ଏସି ଗୋଳା ପୋଖରୀ ପାଚେରୀ ପଛରେ ଥିବା ରହସ୍ୟ କୁ ପଦା ରେ ପକାଇଥିଲା । ନିମ୍ନ ମାନର କାମ ପାଇଁ ପାଚେରୀ ଭୂଷଡ଼ି ପଡିବା ପରେ ପିପିଲି ଏନ ଏ ଏସି କର୍ତ୍ତୃପକ୍ଷ  ପାଚେରୀ ଭୁଶୁଡ଼ି ପଡିବା  ପଛରେ କାରଣ ଖୋଜିବା ପରିବର୍ତ୍ତେ ଏବେ ନିଜ ନିଜ ଉପରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି । ତତ୍କାଳୀନ ଯନ୍ତ୍ରୀ ଜଗଦୀଶ ପାଢ଼ୀ ବାବୁ ଙ୍କର ସବୁ ଭୁଲ ପାଇଁ ଏଭଳି ଘଟଣା ଘଟିଛି ବୋଲି ପିପିଲି ଏନ ଏ ଏସି ରେ ଚର୍ଚ୍ଚା ହେଉଛି ।   ସେପଟେ ଏହି କାମ କୁ ପିପିଲି ଏନ ଏ ଏସି    ଶୁଭଲକ୍ଷ୍ମୀ ପାଣ୍ଡେ ଓ   ସମିମ ବିବି ଙ୍କ ନାମ ରେ ପିପିଲି ଏନ ଏ ଏସି କାର୍ଯ୍ୟାଦେଶ ପ୍ରଦାନ କରିଥିଲା।  କାର୍ଯ୍ୟାଦେଶ ପାଇ ପାଚେରୀ କାମ କରୁଥିବା ବେଳେ କାମ ଠିକ ଭାବରେ କରାଯାଉ ଅଛି କି ନାହିଁ  ସେ ସମୟରେ ଦାୟିତ୍ୱ ରେ ଥିବା  ମୁକ୍ତା ଅଧିକାରୀ ମାନେ ସେମାନଙ୍କ ଦାୟିତ୍ବ ତୁଲାଇ ଥିଲେ କି ନାହିଁ ତାହା ଏବେ ସନ୍ଦେହ ଘେର ରେ ରହିଥିବା ବେଳେ କାମ ର ମାନ କୁ ନେଇ ସମସ୍ତେ ଚୁପ ରହିଥିଲେ । ଏବେ  ପାଚେରୀ ଭୁଶୁଡ଼ି ପଡିବା ପରେ ସରକାର ଙ୍କ ଟଙ୍କା ପାଣି ରେ ପଡିଲା ଭଳି ମନେ ହେଉଛି .


Post a Comment

0 Comments