Header Ads Widget



BREAKING NEWS

6/recent/ticker-posts

,ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କୁ ଲାଗିଛି ଶକ୍ତ ଧକ୍କା, ଉପନିର୍ବାଚନ ଫଳାଫଳ,ହାରିଲା ବିଜେଡି

 ଦ ରୁରାଲ ନ୍ୟୁଜ ବ୍ୟୁରୋ : ଜିଲ୍ଲା ପ୍ରଭାବ ଶୁନ୍ୟ ହେଉଛି କି ଶାସକ ବିଜେଡ଼ି, ଲୋକ ପ୍ରିୟତା ହରାଉଛନ୍ତି କି  ଜନ ପ୍ରତିନିଧି । ଗତ କିଛିଦିନ ଧରି ପୁରୀ ଜିଲ୍ଲାର  ବିଭିନ୍ନ  ନିର୍ବାଚନ ମଣ୍ଡଳୀ ର ଉପ ନିର୍ବାଚନ ର ଫଳାଫଳ ଶାସକ ବିଜେଡ଼ି ହାତରୁ  ଛଡାଇ ନେବାରେ ସକ୍ଷମ  ହେବାରେ ଲାଗିଛି  ବିରୋଧୀ  ବିଜେପି । ପ୍ରଥମେ ସମୀର ଙ୍କ ହାତରୁ ୧୧ ନମ୍ବର ଜିଲ୍ଲା ପରିଷଦ ଯୋନ ଯାଇ ଥିବା ବେଳେ ଏବେ  ଉମାଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି ସତ୍ୟବାଦୀ  ବୀରରାମ ଚନ୍ଦ୍ର ପୁର ପଂଚାୟତ ଭୋଟର ।ଉପନିର୍ବାଚନ ରେ ବିଜେପି ସମର୍ଥିତ  ପ୍ରାର୍ଥୀ  ବିଜେଡି ସମର୍ଥିତ  ପ୍ରାର୍ଥୀ ଙ୍କୁ ପରାସ୍ତ କରି ଜିଲ୍ଲାରେ ପୁଣିଥରେ ହଡ଼କମ୍ପ ସୃଷ୍ଟି କରିଛି ।                                                               


                                                                                                                                                ଉମା କୁ ଲାଗିଲା ଶକ୍ତ ଧକ୍କା,ସତ୍ୟବାଦୀ ବିଜେଡି ବିଧାୟକ  ଉମାକାନ୍ତ ସାମନ୍ତରାୟ ଙ୍କୁ ଲାଗିଛି ଶକ୍ତ ଧକ୍କା, ପଂଚାୟତ ନିର୍ବାଚନ ରେ ସତ୍ୟବାଦୀ ର ଦୁଇ ଦୁଇ ଗୋଟି ଜିଲ୍ଲା ପରିଷଦ ଯୋନ ଉମାଙ୍କ ହାତରୁ ଯାଇ ଥିବା ବେଳେ ଶ୍ରୀରାମଚନ୍ଦ୍ର ପୁର ପଂଚାୟତ ଉପନିର୍ବାଚନ ରେ ଉମାଙ୍କ ସମର୍ଥିତ ପ୍ରାର୍ଥୀ ୨୦୧ ଭୋଟ ରେ ପରାସ୍ତ ହେବା ପରେ ଉମାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।  ଉପନିର୍ବାଚନ ପୂର୍ବରୁ ଉମାଙ୍କ ସମର୍ଥିତ ପ୍ରାର୍ଥୀ ଙ୍କୁ ଭୋଟ ର ଭୋଟ ଦେଇ  ନିର୍ବାଚନ କରିବେ ବୋଲି ଦଂଭୋକ୍ତି ଦେଖାଉଥିବା ଉମା ଙ୍କୁ ଆଜି ଲାଗିଛି ବଡ଼ ଝଟକା। ସତ୍ୟବାଦୀ ବ୍ଲକ ଉମାଙ୍କ ହାତରେ ରହି ଥିବା ବେଳେ ଏହି ପଂଚାୟତ ମଧ୍ୟ ଶାସକ ବିଜେଡ଼ି ଦଖଲ ରେ ରହିଥିଲା । ପୂର୍ବତନ ସରପଞ୍ଚ ଙ୍କ ଅକାଳ ବିୟୋଗ ପରେ ଏହି ଆସନ ଦଖଲ କରିବା ପରିବର୍ତ୍ତେ  ବିଜେଡ଼ି ହାତରୁ ଯିବା ପରେ ସତ୍ୟବାଦୀ ରେ ଉମାଙ୍କ ପତିଆରା ହ୍ରାସ ପାଉଛି ବୋଲି ଚର୍ଚ୍ଚା ଜୋର ଧରିଛି ।                                                                                                                                             
                                                                                      

                                                            ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆସନ୍ତା ୧୮ ଓ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ପୁରୀ ଜିଲ୍ଲା ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପାଣ୍ଡିଆନ ଙ୍କ ଗ୍ରସ୍ତ ପୂର୍ବରୁ ଜିଲ୍ଲା ରେ ବିଜେଡି ର ଏଭଳି ସ୍ଥିତି କୁ ଅତି  ଗୁରୁତର ସହିତ ନେଇ ପାରେ ଦଳ । ଜିଲ୍ଲା ର ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ନେତୂତ୍ବ ର ବିକଳ୍ପ ଅନେକ ରହି ଥିବା ବେଳେ ସରପଞ୍ଚ ଉପ  ନିର୍ବାଚନରେ ବିଜେଡ଼ି ପରାସ୍ତ ହେବା ହଜମ ହେଉ ନାହିଁ । ସେପଟେ ଉପନିର୍ବାଚନ ବିଜେଡି ପରାସ୍ତ ପଛରେ ଅନେକ କିଛି ତଥ୍ୟ ସାମ୍ନା କୁ ଆସିଥିବା ବେଳେ ବିଜେଡି ଗୋଷ୍ଠୀ କନ୍ଦଳ ର ଫାଇଦା ବିରୋଧୀ ବିଜେପି କୁ ଯାଇ ଥିବା କୁହାଯାଉଛି ।   କେବଳ ସତ୍ୟବାଦୀ ନୁଁହ ଜିଲ୍ଲା ର ଅନେକ ନିର୍ବାଚନ ମଣ୍ଡଳୀ ରେ ବିଜେଡି ନୂଆ।ମୁଁହ କୁ ସାମ୍ନା କୁ ଆଣି ୨୦୨୪ ସାଧାରଣ ନିର୍ବାଚନ ଲଢ଼ି ପାରେ ବୋଲି ଚର୍ଚ୍ଚା ଜୋର ଧରିଛି । 

 

Post a Comment

0 Comments