Header Ads Widget



BREAKING NEWS

6/recent/ticker-posts

                                                 

 

ଦ ରୁରାଲ ନ୍ୟୁଜ ବ୍ୟୁରୋ :  ପୁରୀ ଜିଲ୍ଲା ଗୋପ ବ୍ଳକ ମହଲପଡା ପଞ୍ଚାୟତର ମହଲପଡା, ଆମ୍ବେଳି ଗାଁ, ଓ ସାନକୁନ୍ଦୁରା  ଗ୍ରାମବାସୀ ଙ୍କ ଦ୍ଵାରା ଆରମ୍ଭ ହୋଇଛି ଏକ ନୂଆ ପ୍ରୟାସ।ଗାଁର ଶତାଧିକ  ଗ୍ରାମବାସୀ  ଗାଁରେ ଏକ ହଜାର ଆମ୍ବ ଗଛ  ରୋପଣ କରିଛନ୍ତି।ବୃକ୍ଷରୋପଣ ର  ମୁଖ୍ୟ ଉଦ୍ଦେଶ୍ୟ  ହେଉଛି  ପରିବେଶ ପ୍ରଦୂଷଣ ମୁକ୍ତ । ଏପରି ମହତ କାର୍ଯ୍ୟ ପାଇଁ  ଗ୍ରାମବାସୀ ଙ୍କୁ  ସହଯୋଗ ହାତବଢାଇଛି ଭୂବନେଶ୍ୱରର ସାହା ଚାରିଟେବୂଲୁ ଟ୍ରଷ୍ଟ  ।  ଗଛ କାଟିବା ଦ୍ବାରା ଆଗକୁ ହେବ ଭୟଙ୍କର ଖରା,  ଅଗ୍ନି ବର୍ଷା ଯାହା ଭୂବନେଶ୍ୱର ପାଣିପାଗ ବିଭାଗ ପୂର୍ବରୁ ଅନୁମାନ କରିଛି ।ଚଳିତବର୍ଷ ପୁରୀ ଜିଲ୍ଲା ରେ ସାହା ଚାରିଟେବୂଲୁ ଟ୍ରଷ୍ଟ  ପ୍ରାୟ ଏକ ଲକ୍ଷରୁ ଅଧିକ ଆମ୍ବଗଛ ଲଗାଇବା ସ୍ଥିର କରିଛି । ଜିଲ୍ଲା ର ପ୍ରତ୍ୟେକ ପଂଚାୟତ ରେ ଗଛ ଲଗାଇବା ସହିତ ଗ୍ରାମବାସୀ ଙ୍କୁ ବୃକ୍ଷରୋପଣ କରିବା ପାଇଁ ସଚେତନ କରୁଛି ।


                                                           
 

Post a Comment

0 Comments