Header Ads Widget



BREAKING NEWS

6/recent/ticker-posts

ମିଳିଛି ଅଭୟବର .... ଡ଼ରୁଛ କାହିଁକି, ଆମେ ସବୁ ବୁଝିବୁ ।

                                                                   


ଦ ରୁରାଲ ବ୍ୟୁରୋ : ଆଯୋଗ୍ୟ ହାତେଇଛନ୍ତି ସରକାର ଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଗୃହ । ଗତକାଲି ଏହି ଖବର ଦ ରୁରାଲ ନ୍ୟୁଜ ରେ ପ୍ରକାଶ ପାଇବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଟଙ୍କା ଦେଇ ଘର ହାତେଇ ଥିବା ଅଯୋଗ୍ୟ ହିତାଧିକାରୀ ମାନେ । କିଛି ହେବ ନାହିଁ ଯେତେ ନ୍ୟୁଜ ହେଲେ ମଧ୍ୟ ମୁକ୍ତା ଭଳି ନ୍ୟୁଜ ହେବ, ଅଫିସର ଓ ନେତା ଙ୍କୁ ଯେମିତି ବୁଝାଇ ଦିଆଯାଇ ଥିଲା ସେମିତି ବୁଝା ହେବ  ତୁମେ ଚୁପ ହୋଇ ରୁହ । ଏଭଳି ଅଭୟ ବର କୁଆଡେ ପିପିଲି ଏନଏଏସି ର ବିଭିନ୍ନ ୱାର୍ଡ ରେ ଅଯୋଗ୍ୟ ଭାବରେ ଟଙ୍କା ଦେଇ ଘର ହାତେଇଥିବା ହିତାଧିକାରୀ ମାନଙ୍କୁ ଦିଆଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି ।  ବିଶେଷ କରି ସରକାରୀ ପକ୍କା ଗୃହ ରେ ସାମିଲ ହେବା ପାଇଁ ସରକାର ଙ୍କ ର ସ୍ଵତ୍ରଂତ ନିୟମ ରହିଥିଲେ ମଧ୍ୟ ପିପିଲି ଏନଏଏସି ରେ ଏହା କେବଳ କାଗଜ କଲମ ରେ ସୀମିତ ହୋଇ ରହିଆସିଛି । ନ ଚେତ ଶହ ଶହ ଅଯୋଗ୍ୟ ହିତାଧିକାରୀ ଟଙ୍କା ଦେଇ ଘର ହାତେଇ ନ ଥାନ୍ତେ ନା ଯୋଗ୍ୟ ପକ୍କା ଘର ରୁ ବାଦ ପଡ଼ି ଥାନ୍ତେ । ଗାଇଡ଼ ଲାଇନ ଅନୁସାରେ PMAY  ସହରୀ ଯୋଜନା ପାଇଁ ଆବେଦନ କରୁଥିବା ଆବେଦନକାରୀ ଙ୍କ ଦେଶ ର କୌଣସି ଅଞ୍ଚଳରେ ଘର ନଥିବ, ଅନ୍ୟ କୌଣସି ମାଧ୍ୟମରେ ଆବେଦନ କାରୀ ଗୃହ ସହାୟତା ପାଇ ନଥିବେ, ଆବେଦନକାରୀ ବିବାହିତ ହୋଇ ଥିବେ ଯାହାକି ଏଥିରେ ବହୁ ମାତ୍ରାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ପିପିଲି ଏନଏଏସି ରେ । ଘର ପାଇଁ ଆବଶ୍ୟକୀୟ କାଗଜ ପତ୍ର ସହିତ  ମୋଟା ଅଙ୍କର ହାତଗୁଂଜା ଦେଇ ଦେଲେ ସବୁ ସମ୍ଭବ ହୋଇ ଯାଉଛି ବୋଲି ଚର୍ଚ୍ଚା ଜୋର ଧରି ଥିବା ବେଳେ ଯୋଗ୍ୟ ହିତାଧିକାରୀ ଙ୍କ ଆବେଦନ କାଗଜ ପତ୍ର ମଧ୍ୟ ଫାଇଲ ରେ ମିଳି ପାରୁନାହିଁ । ତେବେ ଆଯୋଗ୍ୟ ଙ୍କୁ କେବେ ସରକାର ଙ୍କ ପକ୍କା ଗୃହ ମିଳିବ ଏହି ଆଶାରେ ହିତାଧିକାରୀ ମାନେ ଅପେକ୍ଷା କରି ରହିଥିବା ବେଳେ ଏସବୁ ଘଟଣା ଜାଣି ଶୁଣି ପ୍ରଶାସନ ର ନୀରବତା ଅନେକ ଙ୍କୁ ଚକିତ କରିଛି । ଯୋଗ୍ୟ ହିତାଧିକାରୀ ଙ୍କୁ ପକ୍କା ଗୃହ ଯୋଗାଇ ଦେବା ପାଇଁ ବାଟ ଓଗାଳୁ ଥିବା ସମସ୍ୟା ର ସମାଧାନ କରିବା ଦିଗରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବା ଦାବୀ ଜୋର ଧରିଛି ।


            


Post a Comment

0 Comments