ଦ ରୁରାଲ ବ୍ୟୁରୋ ; ଟଙ୍କା ଦିଅ ଘର ନିଅ, ଟଙ୍କା ନ ଦେଲେ ସରକାରୀ ପକ୍କା ଘର ମିଳିବା ତ ଦୂରର କଥା ଫାଇଲ ମଧ୍ୟରେ ନା ମିଳିବ ନାହିଁ । ଯାହାର ବାସ୍ତବତା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ଏନଏଏସି ରେ । ସରକାରୀ ଘର ଟିଏ ମୁଣ୍ଡ ଗୁଞ୍ଜିବାକୁ ମିଳି ପାରିଲା ନାହିଁ, କିନ୍ତୁ ସରକାରୀ ଛାତ ତଳେ ନିଜ ପରିବାର ର ମୁଣ୍ଡ ଗୁଞ୍ଜିବାର ସୁଯୋଗ ପାଇଛନ୍ତି ନିରାଶ୍ରୟ ପିପିଲି ଏନଏ ଏସି ୯ନମ୍ବର ୱାର୍ଡ ର ଜନୈକ ବ୍ୟକ୍ତି । ବାତ୍ୟା ଫନି ରେ ଝାଟିମାଟି ଘର ଭାଙ୍ଗି ଚୁରମାର ହୋଇ ଥିଲା ବେଳେ ଅତି କଷ୍ଟରେ ଅସଜଡା ଘର ସଜାଡ଼ି ଥିଲେ ମଧ୍ୟ କିଛିଦିନ ତଳେ ଲଗାଣ ବର୍ଷା ଓ ପବନ ରେ ଘର ଟି ସମ୍ପୂର୍ଣ୍ଣ ମାଟିରେ ମିଶି ଥିବାରୁ ଘର ସମ୍ମୁଖରେ ଥିବା ପିପିଲି ଏନଏ ଏସି ସାଇକେଲ ଷ୍ଟାଣ୍ଡ ତାର ଏବେକାର ଠିକଣା ପାଲିଟିଛି । ଜରି ଗୋଟା ଇ ନିଜର ପରିବାର ଭରଣ ପୋଷଣ କରୁଥିବା ଜନୈକ ବ୍ୟକ୍ତି ଉପରେ ନିଜ ପତ୍ନୀ ଓ ତିନି ପିଲା ଙ୍କର ଦାୟିତ୍ୱ ରହିଛି । ନିଜ ପରିବାର କୁ ଦି ଓଳି ଖାଇବା କୁ ଦେବା ପାଇଁ ସମର୍ଥ ନ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବାରେ କୁଆଡ଼େ ଟଙ୍କା ବାଧକ ସାଜିଛି ବୋଲି ଚର୍ଚ୍ଚା ଜୋର ଧରି ଥିବା ବେଳେ ହାତ ଗୁଂଜା ଦେଇ ଆଯୋଗ୍ୟ ପକ୍କା ଘର ହାତେଇ ଥିବା ଅଭିଯୋଗ ହୋଇଛି ।
ସରକାରୀ ତଥ୍ୟ ଅନୁସାରେ ପିପିଲି ଏନଏଏସି ରେ ୧୩୯୬ଜଣ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିଛି ପିପିଲି ଏନଏଏସି । ପ୍ରାୟ ୮୫୦ ହିତାଧିକାରୀ ମାନେ କାର୍ଯ୍ୟଦେଶ ପାଇ କାମ ସମ୍ପୂର୍ଣ୍ଣ କରିଥିବା ପିପିଲି ଏନ ଏଏସି ପକ୍ଷରୁ କୁହାଯାଉ ଥିବା ବେଳେ ଅବଶିଷ୍ଟ ହିତାଧିକାରୀ ମାନଙ୍କ ର କାମ ଅନ ଗୋଇଁଙ୍ଗ ପ୍ରୋସେସ ରେ ରହିଛି । ଯେଉଁ ମାନେ ଘର ସମ୍ପୂର୍ଣ୍ଣ କରିଥିବା କୁହାଯାଉଛି ଏମାନଙ୍କ ମଧ୍ୟରୁ ଅନେକ ଘର ଦୁଇ ମହଲା ଓ ତିନି ମହଲା ବିଶିଷ୍ଟ ରହିଛି । ଏଠାରେ ପ୍ରଶ୍ନ ଉଠୁଛି ବାବୁ ମାନଙ୍କ ର ଯଦି ଘର ଟିଏ ନଥିଲା ତେବେ ସରକାର ଙ୍କ ପକ୍କା ଗୃହ ଅର୍ଥ ରେ ତିନି ମହଲା ଓ ଦୁଇ ମହଲା ଘର ହୋଇ ଗଲା କିଭଳି ? ଏହାଛଡ଼ା ଅନେକ ହିତାଧିକାରୀଙ୍କ ଯୋଗ୍ୟ ତାଲିକା ରେ ଏବେ ନାମ ରହିଥିବା ବେଳେ ପୂର୍ବରୁ ଏମାନଙ୍କ ର ବିଭିନ୍ନ ସ୍ଥାନରେ ପକ୍କା ଗୃହ ରହିଛି । ଏହି ହିତାଧିକାରୀଙ୍କୁ କିଭଳି ଦାୟିତ୍ବ ରେ ଥିବା ଅଧିକାରୀ ମାନେ ତାଲିକା ଭୁକ୍ତ କଲେ ତାକୁ ନେଇ ପ୍ରଶ୍ନ ଉଠିବା ସ୍ବଭାବିକ କଥା।।
ମୁକ୍ତା ଭଳି ପିପିଲି ଏନଏଏସି ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇ ଥିବା ବେଳେ ଆଯୋଗ୍ୟ ଙ୍କୁ କିଏ କିପରି ଯୋଗ୍ୟ ବିବେଚିତ କଲେ ଓ ଏହା ପଛରେ କଣ ରହିଛି ବୋଲି ଚର୍ଚ୍ଚା ଜୋର ଧରି ଥିବା ବେଳେ ପକ୍କା ଗୃହ ରୁ ବାଦ ପଡିଥିବା ହିତାଧିକାରୀ ମାନେ ଏବେ ଲୋକପାଳ ଙ୍କ ଦ୍ବାରସ୍ଥ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନା ଥାଉକି ଦୈନଦିନ ଏନଏ ଏସି କାର୍ଯ୍ୟାଳୟ କୁ ଅନେକ ଜନ ପ୍ରତିନିଧି ଯାଉ ଥିବା ବେଳେ ଜନ ପ୍ରତିନିଧି ଙ୍କ ଶୁଭ ଦୃଷ୍ଟି କେବେ ଏହି ନିରାଶ୍ରୟ ପ୍ରତି ପଡ଼ିବ ଏହା ଉପରେ ରହିଛି ସମସ୍ତ ଙ୍କ ନଜର ।
।
0 Comments