ଦ ରୁରାଲ ବ୍ୟୁରୋ : ପିପିଲି ଏନ ଏ ଏସି ରେ ଫେଲ ମାରିଛି ମୁକ୍ତା ଯୋଜନା। ମୁକ୍ତା ଦୁର୍ନୀତି ର ଚେର ଦିନକୁ ଦିନ ଲମ୍ବିବା ରେ ଲାଗିଛି । ଅଧିକାଂଶ ସ୍ଥାନରେ ମୁକ୍ତା କେଲେଙ୍କାରୀ ଲୁଚାଇବା ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି ଦୁର୍ନୀତି ଖୋର ଅଧିକାରୀ ଓ ଏଜେନ୍ସି। ମିଛ ଧରା ପଡ଼ିଯିବା ଭୟ ଘାରିଛି ଏବେ ସମସ୍ତ ଙ୍କୁ । ଦୁର୍ନୀତି ଖୋର ଅଧିକାରୀ ଙ୍କ ବିରୁଦ୍ଧରେ ସରକାର କଠୋର ମନୋଭାବ ପୋଷଣ କରୁଥିବା ବେଳେ ସରକାର ଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପ୍ରତି ପିପିଲି ଏନଏଏସି ରେ ଯେପରି କାହାରି ମଧ୍ୟ ଭୟ ନଥିବା ଭଳି ମନେ ହେଉଛି ।
ସତ ଏଜେନ୍ସି ମିଛ କାମ, କାମ ନ କରି ଏଜେନ୍ସି ହାତେଇଛନ୍ତି ସରକାର ଙ୍କ ଲକ୍ଷାଧିକ ଟଙ୍କା । ମୁକ୍ତା ଘୋଟଲା ର ସାଙ୍ଘାତିକ ପେଡ଼ି ଖୋଲା ଯେତିକି ହେଉଛି ମୁକ୍ତା ଗୁମର ସେତିକି ରହସ୍ୟମୟ ହେବାରେ ଲାଗିଛି । ସରକାରୀ ତଥ୍ୟ କହୁଛି ପିପିଲି ଏନ ଏ ଏସି ୧୦ନମ୍ବର ୱାର୍ଡ ରେ ଥିବା BURIOL GROUND ଅର୍ଥାତ ସମାଧି ପଡ଼ିଆ ରେ ବର୍ଷା ଜଳ ଅମଳ ପ୍ରକଳ୍ପ କାର୍ଯ୍ୟ ମୁକ୍ତା ଯୋଜନା ସମ୍ପୂର୍ଣ୍ଣ କରାଯାଇଛି ଓ ଏଥିପାଇଁ ଯିହୋବାଯିରୀ ଏଜେନ୍ସି କାମ କରି ଟଙ୍କା ହାତେଇଛି । କିନ୍ତୁ ସରକାର ଙ୍କ ତଥ୍ୟ ଓ ବାସ୍ତବତା ମଧ୍ୟରେ ରହିଛି ଅନେକ ପାର୍ଥକ ।୧୦ନଂ ରେ ଥିବା ସମାଧି ପଡ଼ିଆ ରେ କାମର ନା ଗନ୍ଧ ନାହିଁ । ମିଥ୍ୟାବିଲ କରି ଟଙ୍କା ହାତେଇଛି ଯିହୋବାଯିରୀ ଏଜେନ୍ସି । ଏଠାରେ ପ୍ରଶ୍ନ ଉଠୁଛି କାମ ନ ହୋଇ ମିଥ୍ୟାବିଲ ହେଲା କେମିତି ? ମିଥ୍ୟାବିଲ କରିବା ପଛରେ କାମକରୁଛି କି ସ୍ଵତନ୍ତ୍ର ରାକେଟ । ମୁକ୍ତା କାର୍ଯ୍ୟ ଗୁଡ଼ିକ ର ଆରମ୍ଭ ଠାରୁ ଶେଷ ପର୍ଯ୍ୟନ୍ତ ନିରୀକ୍ଷଣ କରିବା ପାଇଁ ପିପିଲି ଏନଏଏସି ରେ ତିନି ତିନି ଜଣ ନିଯୁକ୍ତି ପାଇଥିବା ବେଳେ ନିଯୁକ୍ତି ପାଇଥିବା ଅଧିକାରୀ ମାନଙ୍କ ଜ୍ଞାତସାର ରେ କିଭଳି କାମ ନ ହୋଇ ମିଥ୍ୟାବିଲ ହୋଇଛି ତାକୁ ନେଇ ପ୍ରଶ୍ନ ଉଠିବା ସ୍ବଭାବିକ । ମିଥ୍ୟାବିଲ ହେବା ପରେ ଏହି ଅଧିକାରୀ ମାନେ ସନ୍ଦେହ ଘେରକୁ ଆସିଛନ୍ତି, କେମିତି ଓ କିଭଳି କାମ ନ ହୋଇ ମିଥ୍ୟାବିଲ ହେଲା ?
କେବଳ ଏହି ମୁକ୍ତା ଦାୟିତ୍ୱ ରେ ଥିବା ଅଧିକାରୀ ନୁହଁନ୍ତି ପିପିଲି ଏନଏଏସି ର ସର୍ବୋଚ୍ଚ ଅଧିକାରୀ (କାର୍ଯ୍ୟ ନିର୍ବାହୀ ଅଧିକାରୀ) ଓ କନିଷ୍ଠ ଯନ୍ତ୍ରୀ ଥାଉ ଥାଉ ମୁକ୍ତା ଅଧିକାରୀ ମାନେ କିଭଳି ମିଥ୍ୟାବିଲ କଲେ ତାକୁ ନେଇ ମଧ୍ୟ ଦ୍ଵନ୍ଦ ଉଠିବା ସ୍ବଭାବିକ । ଟଙ୍କା ଏ କି ଦୁଇ ଟଙ୍କା ନୁଁହ ଏକ ଲକ୍ଷ୨୪ ହଜାର ୧୪୯ ଟଙ୍କା ମିଥ୍ୟାବିଲ ହେବା ପରେ ସମସ୍ତେ ସନ୍ଦେହ ପରିସର କୁ ଆସିଛନ୍ତି ଏହି ଅଧିକାରୀ ମାନେ । ଭାତ ହାଣ୍ଡି ରୁ ଗୋଟିଏ ଦେଖିଲା ଭଳି ପିପିଲି ଏନଏଏସି ୧୦ନମ୍ବର ୱାର୍ଡ ର ମିଥ୍ୟାବିଲ କେଲେଙ୍କାରୀ ଅନ୍ୟ ୱାର୍ଡ ଗୁଡିକ ରେ ମଧ୍ୟ ଏଭଳି ଦୁଷ୍ଟାନ୍ତ ଅନେକ ରହିଛି ।।
ସୂଚନା ଥାଉକି ପିପିଲି ଏନଏଏସି ପକ୍ଷରୁ ଚିଠି ନମ୍ବର ୧୧୬୧ ,ଜୁନ ୧ ତାରିଖ ୨୦୨୧ ମସିହାରେ ଏଜେନ୍ସି ଯିହୋବାଯିରୀ କୁ କାର୍ଯ୍ୟାଦେଶ ମିଳିଥିଲା ଓ ଏହି କାର୍ଯ୍ୟାଦେଶ ପ୍ରଦାନ କରିଥିଲେ ପିପିଲି ଏନଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ । କାର୍ଯ୍ୟାଦେଶ ପାଇବା ପରେ ଯିହୋବାଯିରୀ ଏଜେନ୍ସି ଦାଖଲ କରିଥିବା କାଗଜ ପତ୍ର ରେ ୯୩ ହଜାର ୪୦୭ ଟଙ୍କା କୁ ଜୁଲାଇ ୧୩ ୨୦୨୧ ପ୍ରଥମ ରନିଂ ବିଲ ପ୍ରଧାନ କରିଥଲା ପିପିଲି ଏନଏଏସି । ଏହାପରେ ୨୧ ସେପ୍ଟେମ୍ବର ୨୦୨୧ ରେ କାର୍ଯ୍ୟ ଏଜେନ୍ସି ଯିହୋବାଯିରୀ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା କାଗଜ ପତ୍ରକୁ ଭିତ୍ତି କରି ଫାଇନାଲ ବିଲ ୧ଲକ୍ଷ ୧୦ ହଜାର୮୪୯ ଟଙ୍କା କୁ ମୋହର ମାରି ଉକ୍ତ ଏଜେନ୍ସି କୁ ଅର୍ଥ ପ୍ରଦାନ କରାଯାଇ ଥିବା ସରକାରୀ ତଥ୍ୟ କହୁଛି । ସବୁଠାରୁ ବଡ଼ କଥା ହେଉଛି ପିପିଲି ୧୦ ନମ୍ବର ରେ ଥିବା ସମାଧି ସ୍ଥାନ ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇ ଥିଲା ବେଳେ ଏଠାରେ କୌଣସି କାମ ହୋଇ ନାହିଁ ବୋଲି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଅଭିଯୋଗ କରିଛନ୍ତି ।। ତେବେ ମିଥ୍ୟାବିଲ ହାତେଇ ଥିବା ଯିହୋବାଯିରୀ ଏଜେନ୍ସି ଓ ମିଥ୍ୟାବିଲ କରି ସରକାରୀ ଅର୍ଥ କୁ ବାଟବଣା କରିଥିବା ଏନଏଏସି ଅଧିକାରୀ ଙ୍କ ଠାରୁ ଏହି ଅର୍ଥ ଆଦାୟ କରିବା ପାଇଁ ସାଧାରଣ ରେ ଦାବୀ ହେଉଥିବା ବେଳେ ସ୍ଵଚ୍ଛ ଶାସନ କୁ ଗୁରୁତ୍ବ ଦେଉଥିବା ନବୀନ ସରକାର ଙ୍କ ପିପିଲି ର ଲୋକ ପ୍ରିୟ ବିଧାୟକ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପିପିଲିବାସୀ ଆଶା ରଖିଛନ୍ତି ।
0 Comments