ଦ ରୁରାଲ ବ୍ୟୁରୋ : ସତ ଏଜେନ୍ସି ମିଛ କାମ, କାମ ନ କରି ଏଜେନ୍ସି ହାତେଇଛନ୍ତି ସରକାର ଙ୍କ ଲକ୍ଷାଧିକ ଟଙ୍କା ଏହି ଖବର ପ୍ରସାରଣ ପରେ ପ୍ରତିକ୍ରିୟାଶୀଳ ହୋଇ ପଡିଛନ୍ତି କିଛି ନ୍ୟସ୍ତସ୍ଵାର୍ଥ ବ୍ୟକ୍ତି । ସତକୁ ସାମନା କରିବା ପାଇଁ ସତସାହସ ନଥିବା ବ୍ୟକ୍ତି ଙ୍କ ଏଭଳି ଆଚରଣ ପିପିଲି ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ।
ଜନୈକ ଖବର ପୁରୀ ଜିଲ୍ଲା ର ପ୍ରମୁଖ ରୋଚକ ଖବର ହୋଇଥିଲା ବେଳେ ଏହି ଖବର ପ୍ରସାରଣ ପରେ ଅଧର୍ଯ୍ୟ ହୋଇ ପଡିଛନ୍ତି କିଛି ବ୍ୟକ୍ତି ବିଶେଷ ,। ସତ୍ୟ ତୁଣ୍ଡରେ ତାଲା ମାରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ହିଟଲାରୀ ଶାସନ ଆରମ୍ଭ କରିବାକୁ ପଛାଇ ନାଁହାନ୍ତି । ଏସବୁ ପଛରେ କିଛି ଖଳପ୍ରକୃତି ବ୍ୟକ୍ତି ଙ୍କ ର ହାତ ରହିଥିବା ବେଳେ ଉକ୍ତ ବ୍ୟକ୍ତି ମାନେ ହିଟଲରି ବାବୁ ଙ୍କ ମୁଣ୍ଡ ରେ ନଡ଼ିଆ ବାଡେଇ ଧୁଆ ମୂଳା ହୋଇ ବସି ପଡିଛନ୍ତି । ଯାହାକି ଆଗକୁ ବଡ଼ ଘଟଣା ଘଟିବାକୁ ଯାଉଅଛି ବୋଲି ଅନୁମାନ କରାଯାଉଛି ।
ସୂଚନା ଥାଉକି ସ୍ଵାଧୀନତା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଗେମ ପ୍ଲାନ ଆରମ୍ଭ ହୋଇ ତତ୍କାଳ ମନମୁଖୀ ନିଷ୍ପତ୍ତି ନେଇଥିଲେ କିଛି ବାବୁମାନେ । ଅଘୋଷିତ ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପାଇଁ ଜିଦ ଆଗ ରେ ମୁଣ୍ଡ ନୁଆଁଇ ନିରବ ସମର୍ଥନ କରିଥିଲେ ସମସ୍ତେ .
0 Comments