Header Ads Widget



BREAKING NEWS

6/recent/ticker-posts

ପିପିଲି ଦାଣ୍ଡ ମୁକୁନ୍ଦ ପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

 


ଦ ରୁରାଲ ବ୍ୟୁରୋ : ପିପିଲି ଦାଣ୍ଡ ମୁକୁନ୍ଦ ପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।  ଏହି ଜ୍ଞାନ ବିଜ୍ଞାନ ମେଳା ରେ  ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ନୂଆ ନୂଆ ଜ୍ଞାନ କୌଶଳ ଦେଖିବାକୁ ମିଳିଥିଲା , ଛାତ୍ର ଛାତ୍ରୀ ମାନଙ୍କ ଭୌତିକ ବିକାଶ ଲକ୍ଷ ରେ ଆୟୋଜିତ ଏହି ଜ୍ଞାନ ବିଜ୍ଞାନ ମେଳା କୁ  ଦାଣ୍ଡ ମୁକୁନ୍ଦ ପୁର  ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ମିତ ପ୍ରଜ୍ଞା  ମିଶ୍ର    ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ବେହେରା, ଧ୍ରୁବ ଚରଣ ନନ୍ଦ, ବିକାଶ କୁମାର ଅଗ୍ରୱାଲ,, ଶିକ୍ଷୟତ୍ରୀ ନମିତା ଟୁଡୁ ଓ  ସୂର୍ଣ୍ଣ ପଦକ ବିଜେତା ଶିକ୍ଷକ ସତ୍ୟାନନ୍ଦ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ  ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । 

 ବିଦ୍ୟାଳୟ  ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପ୍ରାୟ ୭୦ ଗୋଟି ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ଥିଲା। ଏହି ପ୍ରକଳ୍ପ ଗୁଡିକୁ ଅଭିଜ୍ଞ ବିଜ୍ଞାନ ନିରୀକ୍ଷକ ଙ୍କ ଦ୍ଵାରା ନିରୀକ୍ଷଣ ପରେ ଶ୍ରେଷ୍ଠ ପ୍ରକଳ୍ପଧାରୀ ଙ୍କୁ ପୁରସ୍କୃତ କରାଯାଇ ଥିଲା।  ଏହି ଅଵସର ରେ ଜ୍ଞାନ ବିଜ୍ଞାନ ସହିତ ପତ୍ର ବାଚନ, ପ୍ରଶ୍ନ ମଞ୍ଚ, ମୃଣ୍ଣୟ କଳା ର ପ୍ରଦର୍ଶନ କରାଯାଇଥିଲା।।



ବିଦ୍ୟାଳୟ ର ସଭାପତି  ପ୍ରସନ୍ନ କୁମାର ଦାସ,ଉପଦେଷ୍ଟା ବଳଭଦ୍ର ଦାସ, ସମ୍ପାଦକ ରଜନୀକାନ୍ତ ପଣ୍ଡା, ବ୍ୟବସ୍ଥା ପ୍ରମୁଖ ବିଜୟ କୁମାର ମହାନ୍ତି, ମନୋଜ କୁମାର ମହାନ୍ତି ଙ୍କ ତତ୍ବାବଧାନ ରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି। ସେପଟେ ଏହି କାର୍ଯ୍ୟକ୍ରମ ସଫଳତା ପଛରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଗୁରୁଜୀ ଗୁରୁମା ଙ୍କ ର ଆକ୍ରାନ୍ତ ପରିଶ୍ରମ ରହିଛି .


 


Post a Comment

0 Comments