କୋଣାର୍କ :ଓଡ଼ିଶୀ ଓ କଥକ ନୃତ୍ୟରେ ଦର୍ଶକ ବିଭୋର । ଶୁକ୍ରବାର ୩୬ତମ କୋଣାର୍କ ଉତ୍ସବ ଏବଂ ୧୫ତମ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ଓଡ଼ିଶାର ରାଜ୍ୟପାଳ ଡ. ହରିବାକୁ କମ୍ଭମପତି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ | ଅନ୍ତିମ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ଉତ୍କଳ ଡ୍ୟାନ୍ସ ଓ ରିସର୍ଚ୍ଚ ଏକାଡେମୀର ଓଡ଼ିଶୀ ନୃତ୍ୟଶିଳ୍ପୀ ଆରତୀ କର ଓ ତାଙ୍କ ସହକଳାକାର ପରିବେଷଣ କରିଥିଲେ ଓଡ଼ିଶୀ ନୃତ୍ୟ I ଓଡ଼ିଶୀର ପ୍ରଥମ ପ୍ରସ୍ତୁତି ଥିଲା 'ତ୍ରିପଥଗା'। ଏହି ନୃତ୍ୟାଭିନୟଟିର ନୃତ୍ୟ ସଂରଚନା କରିଥିଲେ ଗୁରୁ ରମେଶ ଚନ୍ଦ୍ର ଜେନା ଓ ଗୁରୁ ଆରତା କର | ସଂଗୀତ ସଂଯୋଜନା କରିଥିଲେ ଗୁରୁ ଉମେଶ ଚନ୍ଦ୍ର ଦାସ ଏବଂ ତାଳ ସଂଯୋଜନାରେ ଥିଲେ ଗୁରୁ ଧନେଶ୍ଵର ସ୍ବାଇଁ I
ଓଡ଼ିଶୀର ପରବର୍ତ୍ତୀ ପ୍ରସ୍ତୁତି ଥିଲା 'ନିୟତି'। ଏହାର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଆରତୀ କର ଏବଂ ଗୁରୁ ଯୁଧିଷ୍ଠିର ନାୟକ। ସଂଗୀତ ସଂଯୋଜନା ଗୁରୁ ଉମେଶ ଚନ୍ଦ୍ର ଦାସ ଓ ତାଳ ସଂଯୋଜନା
କରିଥିଲେ ଗୁରୁ ଧନେଶ୍ଵର ସ୍ବାଇଁ | କୋଣାର୍କ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ସମ୍ପୃକ୍ତା ସିହ୍ନା ଓ ତାଙ୍କ ସାଥୀ ଶିଳ୍ପୀବୃନ୍ଦଙ୍କ ଦ୍ବାରା କଥକ ନୃତ୍ୟ ପରିବେଷିତ ହୋଇଥିଲା । ସେମାନଙ୍କ ପ୍ରସ୍ତୁତିରେ ଥିଲା 'ଆଦି ଅନନ୍ତ'। ପରେ ସେମାନଙ୍କ ପ୍ରସ୍ତୁତିରେ ଥିଲା 'ଲୀଳା' । ସ୍ୱର୍ଗୀୟ ଆନନ୍ଦର ନୃତ୍ୟ, କୃଷ୍ଣଙ୍କ ଦିବ୍ୟ କ୍ରୀଡ଼ାକୁ ପ୍ରତିଭାତ କରେ। ଏହା ଏକ ଆଧ୍ୟାତ୍ମିକ ଯାତ୍ରା, ଯାହା କଥକର ଅସୀମ ସମ୍ଭାବନା ଏବଂ ନୃତ୍ୟର କାଳଜୟୀ ସାରାଂଶ |
ଅନ୍ତିମ ଦିନରେ ଅନ୍ତର୍ଜାତୀୟ ବାଲୁକା କଳାର ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ବିଷୟବସ୍ତୁ ଥୂଲା ଆତ୍ମନିର୍ଭର ଭାରତ ଏବଂ ମହିଳାମାନଙ୍କ ପାଇଁ ଥିଲା ବିକଶିତ ଭାରତ ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀଗଣଙ୍କ କଳା ନୈପୁଣ୍ୟ ତଥା ପ୍ରକୃତି କୋଳରେ ତଲ୍ଲୀନ ହେବା ପ୍ରକ୍ରିୟା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା I ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ. ହରିବାକୁ କମ୍ଭମ୍ପତି, ଓଡିଶାର ଉକୂଳବର୍ତ୍ତୀ ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମ୍ପତି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇଥିଲେ। ଏହି ଉତ୍ସବକୁ ପର୍ଯ୍ୟଟନ ବିଭାଗ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର କର୍ମକର୍ତ୍ତା ବୃନ୍ଦ ପରିଚାଳନା କରିଥିଲେ | ପାଞ୍ଚଦିନବ୍ୟାପୀ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଡ. ମୃତ୍ୟୁଞ୍ଜୟ ରଥ ଓ ନାଜିୟା ଆକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଡ ସଙ୍ଗୀତା ଗୋସାଇଁ।


.jpg)
0 Comments