ଦ ରୁରାଲ ବ୍ୟୁରୋ :୫ଟି ସଚିବ ଭିକେ ପାଣ୍ଡିଆନ ଙ୍କ ପୁରୀ ଜିଲ୍ଲା ଗ୍ରସ୍ତ ପୂର୍ବରୁ କଂଗ୍ରେସ ର ରଣ ହୁଙ୍କାର । ବିଭିନ୍ନ ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବାର ଘୋଷଣା କରିଛି ପୁରୀ ଜିଲ୍ଲା କଂଗ୍ରେସ। ଆସନ୍ତା ୧୮ ତାରିଖ ଦିନ ଜିଲ୍ଲା କଂଗ୍ରେସ ପକ୍ଷରୁ ପୁରୀ ସଦର ଓ ପିପିଲି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି । ବିଶେଷ କରି ବ୍ଲକ୍ ଅଫିସ୍ ମାନଙ୍କରେ ବ୍ୟାପକ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା , ନାରୀ ନିର୍ଯାତନା, ଚାଷୀ ମାରଣା ନୀତି ଓ ଟାଟା କମ୍ପାନୀ ବିରୋଧରେ ଏହି ବିକ୍ଷୋଭ କରିବ କଂଗ୍ରେସ ।
ଏହାଛଡା ସମସ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ବାରମ୍ବାର ଦାବି ସତ୍ତ୍ୱେ ରତ୍ନଭଣ୍ଡାର ନଖୋଲିବା ବିଷୟରେ ଜବାବ୍ ମାଗିବ କଂଗ୍ରେସ। ସେହିପରି ପିପିଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ଙ୍କ ନେତୂତ୍ବରେ ପିପିଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ଯୋଗ୍ୟ ହିତାଧିକାରୀ ଙ୍କୁ ଆବାସ ଯୋଜନା ପ୍ରଦାନ, ଭତ୍ତା ଓ,ରାସନ କାର୍ଡ ରେ ସାମିଲ କରିବା ଦାବୀ ନେଇ ବିକ୍ଷୋଭ ପ୍ରଦର୍ଶନ କରିବକଂଗ୍ରେସ । ମାତ୍ର ଉକ୍ତ ଦିନ ୫ଟି ସଚିବ ଭିକେ ପାଣ୍ଡିଆନ ଙ୍କ ପୁରୀ ଜିଲ୍ଲା ଗ୍ରସ୍ତ ସମୟ ରେ ପିପିଲି ବ୍ଲକ ପରିସର ମଧ୍ୟରେ ଥିବା ମିଶନ ଶକ୍ତି କାଫେ କାର୍ଯ୍ୟକ୍ରମ ଥିବା ବେଳେ ବ୍ଲକ ସମ୍ମୁଖରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କୁ ବାତିଲ କରାଯାଇ ପାରେ ବୋଲି ଅନୁମାନ କରାଯାଉଛି .
0 Comments