ଦ ରୁରାଲ ନ୍ୟୁଜ ବ୍ୟୁରୋ : ଧୀରେ ଧୀରେ ଖୋଲୁଛି ପିପିଲି ଏନଏଏସି ମୁକ୍ତା ଦୁର୍ନୀତି ର ପେଡ଼ି । ମିଛ ଲୁଚାଇବା ପାଇଁ ପ୍ରାଣପଣ ଉଦ୍ୟମ ଜାରି ରଖିଛନ୍ତି ଅଧିକାରୀ । ପିପିଲି ଏନଏଏସି ମୁକ୍ତା ରେ ହୋଇଥିବା ମିଥ୍ୟାବିଲ ନେଇ ଏନଏଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଙ୍କ ବୟାନ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ମୁକ୍ତା ପାଇଁ କାର୍ଯ୍ୟାଦେଶ ଗୋଟିଏ ସ୍ଥାନରେ ମିଳି ଥିବା ବେଳେ ଉକ୍ତ କାମ ଅନ୍ୟ ଏକ ସ୍ଥାନରେ ହୋଇଛି ବୋଲି କହି ସମାଧି ସ୍ଥାନରେ ମିଥ୍ୟାବିଲ ହୋଇଆସୁ ଥିବା ଅଭିଯୋଗ ର ଗୁମର ଖୋଲି ଯାଇଛି । କେମିତି ଓ କିଭଳି ନିର୍ଦ୍ଧାରିତ ସ୍ଥାନ ପରିବର୍ତ୍ତନ କରାଯାଇ କାମ କରାଗଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁକ୍ତା ତଦାରଖ କରିବା ପାଇଁ ତିନି ତିନି ଜଣ ଅଧିକାରୀ ସ୍ଵତ୍ରଂତ ଭାବରେ ନିଯୁକ୍ତି ପାଇଥିବା ବେଳେ ଏମାନଙ୍କୁ ଗାଇଡ଼ କରିବା ପାଇଁ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏପରିକି ବିଲ ପେଂମେଣ୍ଟ କରୁଥିବା ଅଭିଜ୍ଞ ଆକାଉଣ୍ଟ ଥିବା ବେଳେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ପ୍ରକଳ୍ପ ସ୍ଥାନାନ୍ତରିତ ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ସୂଚନା ଥାଉକି ପିପିଲି ଏନଏଏସି ଚିଠି ନମ୍ବର ୧୧୬୧ ଜୁଲାଇ ୧ତାରିଖ ୨୦୨୧ ରେ ସମ୍ପୁକ୍ତ ଏଜେନ୍ସି କୁ ୩୦ଦିନ ମଧ୍ୟରେ ବର୍ଷା ଜଳ ଅମଳ ପ୍ରକଳ୍ପ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା । ତତସହିତ ଚିଠି ନମ୍ବର ୧୧୬୨ ରେ ସମ୍ପୁକ୍ତ ଏଜେନ୍ସି କୁ କାର୍ଯ୍ୟାଦେଶ ଦିଆଯାଇ ଥିବା ନେଇ ମୁନସିପାଲ କନିଷ୍ଠ ଯନ୍ତ୍ରୀ ,ପ୍ରକଳ୍ପ ସଂଯୋଜକ , କାର୍ଯ୍ୟକାରିତା ଏକ୍ସପଟ ( ମୁକ୍ତା) ,ସିଏମଏମୟୁ ମ୍ୟାନେଜର ଙ୍କୁ ଏ ନେଇ ଚିଠି କରିଥିଲେ ପିପିଲି ଏନଏଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ । ଏସବୁ ସତ୍ତ୍ୱେ କିଭଳି ଓ କେମିତି କାର୍ଯ୍ୟାଦେଶ ର ସ୍ଥାନ ପରିବର୍ତ୍ତନ ହୋଇ ଗଲା ଅଧିକାରୀ ମାନେ ଜାଣି ପାରିଲେ ନାହିଁ ସମ୍ପୁକ୍ତ ଏଜେନ୍ସି ସ୍ଥାନ ପରିବର୍ତ୍ତନ କରି ଦେଲା ଓ ଅଧିକାରୀ ଆଖି ବୁଝି ଫାଇନାଲ ବିଲ କରି ଦେଲେ ତାକୁ ନେଇ ପିପିଲି ଏନଏଏସି ପୁଣିଥରେ ବିବାଦ ପରିସର କୁ ଆସିଛି ।।
କେବଳ ଏତିକି ନୁହେଁ ୱାର୍ଡ ରେ ପ୍ରାୟ ୩୦ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ପ୍ରକଳ୍ପ କାମ ବିଭିନ୍ନ ଏଜେନ୍ସି ମାଧ୍ୟମରେ କରାଯାଇ ଥିବା ବେଳେ କାମ ଗୁଡିକ କେବଳ କାଗଜ କଲମ ରେ ହୋଇଥିଲା ଭଳି ମନେ ହେଉଛନ୍ତି । ସରକାରୀ କାଗଜ କଲମ ଓ ମିଳି ଥିବା ସୂଚନା ଅଧିକାର ତଥ୍ୟ ରେ ମିଳି ଥିବା ତଥ୍ୟ ରେ ସମାନତା ରହୁ ନଥିବା ଭଳି ଅନୁମାନ କରାଯାଉଛି । ୱାର୍ଡ ରେ ବର୍ଷା ଜଳ ଅମଳ ପ୍ରକଳ୍ପ ସହିତ ବାଲି ମାଟି ପୋତା, ପାଚେରୀ ନିର୍ମାଣ କାର୍ଯ୍ୟ, ବିଦ୍ୟୁତକରଣ,ଆଦି କାମରେ ବ୍ୟାପକ ଅନିୟମିତତା ହୋଇଥିବା ନଜର କୁ ଆସିଛି । ତେବେ ଏହି ଦୁର୍ନୀତି କୁ କେତେ ଦିନ ପର୍ଯ୍ୟନ୍ତ ପିପିଲି ଏନଏଏସି ଓ ଜିଲ୍ଲା ପ୍ରଶାସନ ଘଣ୍ଟ ଘୋଡାଇ ରଖିବା ରେ ସମର୍ଥ ହେଉଛି ତାହା ଉପରେ ରହିଛି ସମସ୍ତ ଙ୍କ ନଜର ।ଦ ରୁରାଲ ନ୍ୟୁଜ ସହିତ ଯୋଡ଼ି ହୋଇ ରୁହନ୍ତୁ ଅଧିକ ଖବର ଜାଣିବା ପାଇଁ .
0 Comments