ପୁରୀ ; ବିଶିଷ୍ଟ କୃଷି ବୈଜ୍ଞାନିକ ଏମ ଏସ ସ୍ଵାମୀନାଥନ ଙ୍କ ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ରେ ସାରା ଦେଶରେ ଶୋକ ର ଛାୟା ଖେଳି ଯାଇଛି। ବିଭିନ୍ନ ମହଲ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକା ଚିତ୍ରକଳା ନିର୍ମାଣ କରି ନିଜର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପୁରୀ ନିଳାଦ୍ରୀ ବିଚ୍ ରେ ଏହି ସୁନ୍ଦର ବାଲୁକା ଚିତ୍ର କଳା ନିର୍ମାଣ କରାଯାଇଛି। ଦେଶ ସ୍ବାଧୀନ ପରେ ଦେଶ ରେ ସବୁଜ ବିପ୍ଳବ ନେଇ ସ୍ବାମୀନାଥନ୍ ଙ୍କ ବଡ ଭୂମିକା ଥିଲା। ତାଙ୍କରି ଦିଗ ଦର୍ଶନ ରେ କୃଷି କ୍ଷେତ୍ରରେ ରାସାୟନିକ ସାର୍ ସିଞ୍ଚନ, ଟ୍ରାକ୍ଟର ରେ ଚାଷ କାର୍ଯ୍ୟ, ଉନ୍ନତ କିସମର ବିହନ ପ୍ରସ୍ତୁତ କରାଯାଇ ଚାଷ କାର୍ଯ ରେ ବ୍ୟବହାର ନେଇ ରୋଡ ମ୍ୟାପ ତିଆରି କରାଯାଇଥିଲା। ଯାହା ଫଳରେ ଦେଶ ରେ 60 ଦଶକ ରେ ସବୁଜ ବିପ୍ଲବ ସୃଷ୍ଟି ହୋଇ ସଫଳ ହୋଇଥଲା। କୃଷୀ କ୍ଷେତ୍ର ରେ ଆଧୁନିକ ଯନ୍ତ୍ରପାତି, ଜ୍ଞାନ କୌଶଳ ପହଂଚି ସବୁଜ ବିପ୍ଳବ କୁ ସଫଳ କରାଇ ଥିଲା। ଭାରତ ଖାଦ୍ୟ ଶସ୍ୟ ଉତ୍ପାଦନ ରେ ଆତ୍ମ ନିର୍ଭର ହୋଇ ପାରିଥିଲା। ଏ ଦିଗ ରେ ଏମ ଏସ ସ୍ଵାମୀନାଥନ ଙ୍କ ପ୍ରଚେଷ୍ଟା, ଉଦ୍ୟମ ଅନେକ ରହିଥିଲେ। ଏଣୁ ଏଭଳି ଜଣେ ମହାନ୍ କୃଷି ବୈଜ୍ଞାନିକ ଙ୍କୁ ହରାଇ ସାରା ଦେଶ ବାସୀ ଭାଙ୍ଗି ପଡିଛନ୍ତି।
0 Comments