Header Ads Widget



BREAKING NEWS

6/recent/ticker-posts

ପିପିଲି ମିଶନ ଶକ୍ତି ମହିଳା ଙ୍କ ହାତରେ ଟେଣ୍ଟ ଵ୍ୟଵସାୟ । ଜିଲ୍ଲାରେ ପ୍ରଥମ ଥର ଭାବରେ ପିପିଲି ବ୍ଲକ କୁ ମିଳିଛି ସୁଯୋଗ।

                                                                      


 ପିପିଲି; ମହାଶକ୍ତି ମହିଳା ମହାସଙ୍ଘ ହାତରେ ନୂଆ ଦାୟିତ୍ବ , କେବଳ ଦାୟିତ୍ବ ନୁହେଁ ଚ୍ୟାଲେଞ୍ଜ ମଧ୍ୟ ନେଇଛନ୍ତି ମହିଳା । କେବଳ ପୁରୁଷ ନୁହଁନ୍ତି ମହିଳା ମଧ୍ୟ କରିବେ ଟେଣ୍ଟ ବ୍ୟବସାୟ । ଜିଲ୍ଲାରେ ପ୍ରଥମ ଥର ଭାବରେ ପିପିଲି ବ୍ଲକ ରେ ଆରମ୍ଭ ହୋଇଛି ମହିଳା ଙ୍କ ଦ୍ଵାରା ଟେଣ୍ଟ ବ୍ୟବସାୟ ।                                

                                                      ପୂର୍ବରୁ ମିଶନ ଶକ୍ତି ମହିଳା ମାନେ ବ୍ଲକ ପରିସର ମଧ୍ୟରେ ମିଶନ କାଫେ,  ମିଶନ ମିଲେଟ ପରିଚାଳନା କରି ନିଜର ସ୍ଵତ୍ରଂତ ପରିଚୟ ସୃଷ୍ଟି କରିଥିବା ବେଳେ ଆଜି ପୁଣି ମିଶନ ଶକ୍ତି ମହିଳା ଙ୍କୁ ମିଳିଛି ନୂଆ ଦାୟିତ୍ବ     ବ୍ୟାଙ୍କ ଠାରୁ ୩ଲକ୍ଷ୧୭ହଜାର ଟଙ୍କା ଋଣ କରି ଆରମ୍ଭ କରିଛନ୍ତି ଟେଣ୍ଟ ହାଉସ । ସୁଲଭ ମୂଲ୍ୟରେ ପିପିଲି ବାସୀ ଙ୍କୁ ସେବା  ଯୋଗାଇ ଦେବା ସହିତ ଏହା ଦ୍ଵାରା ଭଲ ରୋଜଗାର ପାଇବାର ଲକ୍ଷ ରଖିଛନ୍ତି ମହିଳା ।।       ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆଜି ଆନୁଷ୍ଠାନିକ ଭାବେ    ମିଶନ ଶକ୍ତି ପକ୍ଷରୁ  ଯୋଗାଇ ଦିଆଯାଇ ଥିବା ପ୍ରକଳ୍ପ କୁ ଉଦଘାଟନ କରି ଏହାର ଉନ୍ନତି କାମନା କରିବା ସହିତ  ସୁଲଭ ମୂଲ୍ୟରେ  ଏହି ବ୍ୟବସାୟ ଲୋକ ମାନଙ୍କୁ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି । 

                                              




                                             ଆଜିର ଏହି ଲୋକାର୍ପଣ ଉର୍ତ୍ସଵ ରେ ରାଜ୍ୟ ଖାଦ୍ୟ ଅୟୋଗ ସଦସ୍ୟ ପ୍ରିୟବ୍ରତ ସାମନ୍ତ ରାୟ, ବ୍ଲକ ଅଧକ୍ଷା ଦେଵସ୍ବିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ ସ୍ବାଇଁ ,  ଜିଲ୍ଲା ପରିଷଦ ସଭ୍ୟ ଧରଣୀ ଧର ସାହୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ  ଦେବାଶିଷ ନନ୍ଦ ,ଆତ୍ମା ଅଧକ୍ଷ  ପ୍ରକାଶ ଧଳ ପ୍ରମୁଖ ଯୋଗ ଦେଇଥିବା ବେଳେ  ପ୍ରଶାସନିକ ଅଧିକାରୀ ଏବିଡ଼ିଓ  ଶୈଳବାଳା ତ୍ରିପାଠୀ,  ସିଡ଼ିପିଓ  ତପସ୍ବନି ସୁନା, ବିପିସି ସ୍ଵୟଂମ ମିଶ୍ର, ବିପିଏ ଅମୀୟ ରଂଜନ ନାୟକ, ଅଙ୍ଗନୱାର୍ଡ ସୁପର ଭାଇଜର ଶୁଶ୍ରୀ ସଂଗୀତା ସାମନ୍ତରାୟ, ବିପିଏମ ଓଏଲ ପ୍ରମୋଦିନି  ବେହେରା ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ । ସେପଟେ   ମହିଳା ମହାସଙ୍ଘ ର ସଭାନେତ୍ରୀ  ପ୍ରମୋଦିନି ଦଳାଇ, ସମ୍ପାଦିକା ନିରୁପମା ମହାପାତ୍ର  ଓ  ସଭ୍ୟା ଜୋତ୍ସ୍ନା ରାଣୀ ପୁଷ୍ଟି ଏହି କାର୍ଯ୍ୟକ୍ରମ ର ଶ୍ରେୟ ସ୍ଥାନୀୟ ବିଡ଼ିଓ ରଶ୍ମିତା ନାଥ ଙ୍କୁ ଦେଇଥିବା ବେଳେ ସ୍ଥାନୀୟ ବିଧାୟକ  ରୁଦ୍ର ପ୍ରତାପ ମହାରଥୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ସୁଯୋଗ ଜିଲ୍ଲାରେ ପ୍ରଥମ ଥର ଭାବରେ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।


Post a Comment

0 Comments