ଦ ରୁରାଲ ନ୍ୟୁଜ ବ୍ୟୁରୋ : ନିମାପଡ଼ା : ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛି ବିଜେପି । ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆଣିଛି । ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗରୀବ କଲ୍ୟାଣ ପାଇଁ
କୋଟି କୋଟି ଟଙ୍କା ଗାଁ ଗରୀବ, କୃଷକ ଓ ମହିଳା ମାନଙ୍କ କଲ୍ୟାଣ ପାଇଁ ପଠାଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ଘର ସାଧାରଣ ଗରିବ ଟିଏ ପାଉ ନଥିବା ବେଳେ ଶାସକ ଦଳର ବଡ଼ପଣ୍ଡା ମାନେ ଲୁଟିନେଉଛନ୍ତି । ଯାହା ବ୍ଲକ ତାଲିକା ରେ ସ୍ପଷ୍ଟ ଭାବେ ଅଛି |କୋଠା ଘର ଥିବା ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଅଛନ୍ତି, କିନ୍ତୁ ଜରିପାଲ ତଳେ ଥିବା ଲୋକ ଆଜି ବି ଘର ଖଣ୍ଡେ ପାଇଁ ସଂଗ୍ରାମ କରୁଛନ୍ତି | ସମବାୟ ସମିତି ଗୁଡ଼ିକରେ ବ୍ୟାପକ ଅନିୟମିତତା ହେଉଛି ଯାହାର ଅଡିଓ ଓ ଭିଡ଼ିଓ ଭାଇରଲ ହୋଇ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି । ଶତପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ଥାଇ ମଧ୍ୟ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଖଣ୍ଡେ ମିଳି ପାରୁ ନାହିଁ ।NRGS (ଏନ ଆର ଜି ଏସ )ରେ ମାଷ୍ଟର ରୋଲ ବାହାରକରି ଲୋକଙ୍କ ଦ୍ବାରା କାମ କରାଯାଉ ନାହିଁ ।
ସରକାରୀ ଜମି ରୁ ମାଟି ଖୋଳି ଅନ୍ୟତ୍ର ମାଟି ପକାଯାଉଛି ଯାହାର ମିଥ୍ୟା ବିଲ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନିଆଯାଉଛି ।ଅନେକ ଥର ବ୍ଲକ ପ୍ରଶାସନ ଙ୍କ ପାଖେ ଏହି ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ। ତାହାହେଲେ ଗରୀବ ଲୋକ ଟି ଘର ସରକାରୀ ଯୋଜନାରେ କେମିତି ପାଇବ ତାହାର ସହଜ ଓ ସରଳ ଉପାୟ ତୁରନ୍ତ କରାଯାଉ ବୋଲି ବିଜେପି ଦାବୀ କରିଛି |ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ରେ ମାଗଣା ଚାଉଳ ମିଳୁଛି କିନ୍ତୁ ରେସନ କାର୍ଡ ରୁ ଅନେକ ଲୋକବଞ୍ଚିତ ତେଣୁ ସମସ୍ତଙ୍କୁ ରେସନ କାର୍ଡ ର ସୁବିଧା ଯୋଗାଇ ଦିଆଯିବା ପାଇଁ ଦାବି କରିଛି ବିଜେପି |ବୟସ୍କ,ଭିନ୍ନକ୍ଷମ, ବିଧବା ମାନେ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ବେଳେ ଭତ୍ତା ହିତାଧିକାରୀ ଚୟନ ରେ ବ୍ୟାପକ ଅନିୟମିତତା ଯୋଗୁ ଗରିବ ମାନେ ହନ୍ତସନ୍ତ ହେଉଛନ୍ତି | ନଡିଆ ଚାରା ବଣ୍ଟନ ରେ ଅନିୟମିତତା ହୋଇଥିଲା ବେଳେ ଉଚସ୍ତରୀୟ ତଦନ୍ତ ଦାବି କରିଛି ଦଳ । ପଂଚାୟତ ର ବିକାଶ ପାଇଁ ଆସୁଥିବା ୫୦ଲକ୍ଷ ଟଙ୍କା ର ଯୋଜନା ପଲ୍ଲିସଭା ମାଧ୍ୟମରେ କରିବାକୁ ଦାବୀ ରଖିଛି ଦକ । ସରକାର ଙ୍କ ସମସ୍ତ ସାମାଜିକ ଉନ୍ନୟନ ଯୋଜନାରେ ଏକ ନିଦ୍ଦଷ୍ଟ ଦଳୀୟ ପ୍ରୀତି ଯୋଗୁଁ ବିକାଶ ବାଧା ପ୍ରାପ୍ତ ହେଉଛି ବୋଲି ସାଙ୍ଘାତିକ ଅଭିଯୋଗ ଆଣିଛି ଦଳ |ସାଧାରଣ ଲୋକ ଙ୍କୁ ବାଦ ଦେଇ ଯୋଗ୍ୟ ହିତାଧୁକାରୀ ଚୟନ ରେ ପାତରଅନ୍ତର ଜାରି ରହିଲେ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ବୋଲି ଦଳ ଚେତାବନୀ ଦେଇଛି । ସେପଟେ ଏ ନେଇ ବିଜେପି ନେତୁତ୍ବ ମାନେ ସ୍ଥାନୀୟ ବିଡ଼ିଓ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରାଯାଇଛି।
0 Comments