ପୁରୀ : କୁନି କୁନି ପିଲାଙ୍କ ନୃତ୍ୟ ରେ ଝୁମିଲେ ହେଲେ ଦର୍ଶକ । ପୁରୀ ଶରଧା ବାଲି ମୁକ୍ତାକାଶ ରଙ୍ଗ ମଞ୍ଚରେ ମଙ୍ଗଳବାର ସନ୍ଧ୍ୟାରେ ଉଦଯାପିତ ହୋଇଛି କଳିଙ୍ଗ ଫେଷ୍ଟ-୨୦୨୩ । କ୍ଷେତ୍ରମୋହନ ଫାଉଣ୍ଡେସନ ଓ କଳିଙ୍ଗ ସ୍ମାର୍ଟ ସ୍କୁଲ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ଉତ୍ସବରେ ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କ ବିବିଧ ପ୍ରତିଭାକୁ ଆଗକୁ ଆଣିବାରେ କଳିଙ୍ଗ ସ୍ମାର୍ଟ ସ୍କୁଲ ଓ କ୍ଷେତ୍ରମୋହନ ଫାଉଣ୍ଡେସନର ଏହି ପ୍ରୟାସ ପ୍ରଶଂସା ଯୋଗ୍ୟ ଓ ସମୟ ଉପଯୋଗୀ ବୋଲି କହିବା ସହିତ ସହିତ ଶିଶୁ ମାନଙ୍କ ବୌଦ୍ଧିକ ଶିକ୍ଷାର ବିକାଶରେ ପିତାମାତାଙ୍କ ସହ ଶିକ୍ଷକ ମାନଙ୍କ ଗୁରୁଦାୟିତ୍ବ ରହିଛି ବୋଲି କହିଥିଲେ।ଏହି କାର୍ଯକ୍ରମରେ ଅନ୍ୟତମ ଅତିଥି ଭାବରେ ସମାଜାସେବୀ ତଥା ଯୁବ ନେତା ମୁନିଲ ମହାନ୍ତି,କ୍ଷେତ୍ରମୋହନ ଫାଉଣ୍ଡେସନର ପ୍ରତିଷ୍ଠାତା କୁନ୍ତଳା ପ୍ରଧାନ,ନେହେରୁ ଯୁବ କେନ୍ଦ୍ର ପୁରୀ ଜିଲ୍ଲା ସଂଯୋଜକ ଜୟସକର ଯୋଶୀ,ସମାଜ ସେବୀ ଜିତେନ୍ଦ୍ର ମହାପାତ୍ର, , ଉପଦେଷ୍ଟା ଇତ୍ସବ କମିଟି ଅଧ୍ୟକ୍ଷ ମନୋଜ କୁମାର ରଥ,ଉତ୍ସବ ପୃଷ୍ଠ ପୋଷକ ସିଦ୍ଧାର୍ଥ ରାୟ, ଉପାଧ୍ୟକ୍ଷ ସୁକାନ୍ତ ପଣ୍ଡା, ନବଘନ ସାହୁ, ନିରଂଜନ ସାହୁ, ପ୍ରଦୀପ୍ରଭାନୁ ଘଟୁଆରୀ ପ୍ରମୁଖ ଅତିଥୀ ଭାବରେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।
ଏହି ଅବସରରେ ଲକ୍ଷ୍ମଣ ପ୍ରଧାନ ଓ ସମୀର କୁମାର ପ୍ରଧାନ ଙ୍କୁ କଳିଙ୍ଗ ଗୁରୁ ସମ୍ମାନ,ଅଜୟ ଦାସ ମହାପାତ୍ରଙ୍କୁ କଳିଙ୍ଗ ଭଦ୍ୟୋଗ ସମ୍ମାନ,ସୁଶାନ୍ତ କୁମାର ପ୍ରଧାନଙ୍କୁ କଳିଙ୍ଗ କଳା ସମ୍ମାନ,ସମୀର କୁମାର ଶତପଥୀଙ୍କୁ କଳିଙ୍ଗ ସଂସ୍କୃତି ସମ୍ମାନ, ସମାଜ ସେବୀ ଦେବସ୍ମିତା ମହାନ୍ତି, ସ୍ୱେଛସେବୀ ଅନୁଷ୍ଠାନ ଆପଣଙ୍କ ସେବାରେ ଓ ଶ୍ରୀ ନୃସିଂହ ଦେବ ଆଞ୍ଚଳିକ ଯୁବକ ପରିଷଦକୁ କଳିଙ୍ଗ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।ଅନୁଷ୍ଠାନ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିଚାରେ ଅଂଶ ଗ୍ରହଣ କରିଥିବା ପ୍ରାୟ ଦୁଇଶହରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀଙ୍କ ଏହି ଅବସରରେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ବିଭିନ୍ନ ସ୍କୁଲର ଜୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମାନେ ବେଶ ଉପଭୋଗ କରିଥିଲେ।ଉତ୍ସବ କମିଟି ଅଧ୍ୟକ୍ଷ ଚକ୍ରଧର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କ୍ଷେତ୍ରମୋହନ ଫାଉଣ୍ଡେସନ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ କଳିଙ୍ଗ ସ୍ମାର୍ଟ ସ୍କୁଲ ର ସିନସିପାଲ ପ୍ରଜ୍ଞାଶୁଭ ମିତା ପ୍ରତିକାରୀ, ଅନିଲ କୁ ସାବୁ, ସନ୍ଦୀପ ପ୍ରଧାନ, ବିପ୍ଳବ ରଥ, ଦେବେନ୍ଦ୍ର ପ୍ରଧାନ, ସଂଗୀତରାଣୀ ଜେନା, ସାଗରିକ ପ୍ରଧାନ, ଜ୍ଞାନୟୋତି ସିଂ, ପ୍ରିୟଙ୍କା ରଥ, ବର୍ଷାରାଣୀ ନାଥ ଓ PICS କମ୍ପୁଟର ର ଛାତ୍ରଛାତ୍ରୀ ମାନେ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ ।
0 Comments