Header Ads Widget



BREAKING NEWS

6/recent/ticker-posts

ପିପିଲି ଚନ୍ଦ୍ରାଦେଇ ପୁର ଡ୍ରେନଜ ସମସ୍ୟା ଖୁବଶୀଘ୍ର ସମାଧାନ ହେବ

                                                                        


ପିପିଲି ;  ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଉପଦେଷ୍ଟା  ସବିତା ମହାପାତ୍ର । ଗ୍ରାମ୍ୟ ଉନ୍ନୟନ ବିଭାଗ ମାଧ୍ୟମରେ ପିପିଲି ଚନ୍ଦ୍ରା ଦେଇ ପୁର ପଂଚାୟତ କମାକନ୍ତିଆ ଠାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ର ସମୀକ୍ଷା କରିଛନ୍ତି । ୨୦୨୫ ସୁଦ୍ଧା ୬ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ବିଭାଗ ଲକ୍ଷ୍ୟ ରଖିଥିବା ବେଳେ  ରାସ୍ତା ନିର୍ମାଣ ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗ ର ଅଵଶ୍ୟକତା ରହି ଥିବା ବେଳେ ସ୍ଥାନୀୟ ସରପଞ୍ଚ ଓ  ବିଧାୟକ ରାସ୍ତା ନିର୍ମାଣ ପାଇଁ ଜମି ସମସ୍ୟା ସମାଧାନ କରିବା ପାଇଁ ଏହି ପ୍ରତିନିଧି ମାନେ ସହଯୋଗ ର ଅଵଶ୍ୟକତା ରହିଛି ବୋଲି  ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଉପଦେଷ୍ଟା କହିଛନ୍ତି । ଅନ୍ୟପଟେ କମାକନ୍ତିଆ ରାସ୍ତା  ର କିଛି ସ୍ଥାନରେ  ଜଳ ନିଷ୍କାସନ ରେ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏଠାରେ ଡ୍ରେନେ ଜ ବ୍ୟବସ୍ଥା କରାଯିବା ପାଇଁ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଉପଦେଷ୍ଟା।।   ସେପଟେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଉପଦେଷ୍ଟା ଙ୍କ ଏହି ଗ୍ରସ୍ତ ସମୟ ରେ ସ୍ଥାନୀୟ ସରପଞ୍ଚ  ସୁରେନ୍ଦ୍ର ବେହେରା ସ୍ଥାନୀୟ ଅଞ୍ଚଳରେ ରେ ଥିବା ଦୋଳ ବେଦୀ ଓ ଡ୍ରେନଜ ସମସ୍ୟା କୁ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ସ୍ଥାନୀୟ ଜନସାଧାରଣ ଏହି ସମସ୍ୟା ନେଇ ବିଭାଗୀୟ ଉପଦେଷ୍ଟା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖୁବଶୀଘ୍ର ଏହି ସମସ୍ୟା ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରିବା ପାଇଁ ବିଭାଗୀୟ ଉପଦେଷ୍ଟା ପ୍ରତିଶ୍ରୁତି ଦେଇଥିବା ବେଳେ କାମ କୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ରାସ୍ତା ନିର୍ମାଣ ହେଲେ ଅଞ୍ଚଳରେ ବହୁ ସମସ୍ୟା ସମାଧାନ ହେବ ଓ ରାସ୍ତା ନିର୍ମାଣ ପାଇଁ ସୃଷ୍ଟି ହେଉଥିବା ଜମି ଜୁମା ସମସ୍ୟା କୁ ସ୍ଥାନୀୟ ଜନ ପ୍ରତିନିଧି ମାନେ ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ପିପିଲି ର ବିଭିନ୍ନ ସ୍ଥାନରେ କାର୍ଯ୍ୟ ବୁଲି ଦେଖିବା ସହିତ ସଠିକ ସମୟ ରେ କାମ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ  ବିଭାଗୀୟ ଅଧିକାରୀ ସରୋଜ କୁମାର ପଣ୍ଡା ଙ୍କ ସମେତ ବିଭାଗର ଅନେକ ଅଧିକାରୀ ଉପସ୍ଥିତ ଥିଲେ ।


Post a Comment

0 Comments