ଭୁବନେଶ୍ୱର ;; ରାଜ୍ୟ ର ଆଠ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଆଜି ସୃଷ୍ଟି ହୋଇପାରେ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲା କଟକ, ବଲାଙ୍ଗିର, ଅନୁଗୁଳ, ନୟାଗଡ଼, ବୌଦ୍ଧ, ସୋନପୁର, କନ୍ଧମାଳ ଓ ଗଞ୍ଜାମରେ ରେଡ୍ ଆଲର୍ଟ ଦିଆଯାଇଛି ।ସେହିପରି ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ଼ ଓ ସମ୍ବଲପୁର ସମେତ ୧୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୧୬ ତାରିଖ ଯାଏଁ ବର୍ଷାର ପ୍ରଭାବ ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ଯାହାକି ରାଜ୍ୟରେ ନିଅଣ୍ଟିଆ ବର୍ଷାର କ୍ଷତି ଭରଣା କରିବ ବୋଲି ଅନୁମାନ କରାଯାଉଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ % କମ୍ ବର୍ଷା ହୋଇଛି। ଏବଂ ଚଳିତ ଲଘୁଚାପ ଏହାର କ୍ଷତି ଭରଣା କରିବ ବୋଲି ଆଶା କରାଯାଉଛି ।। ଲଗାଣ ବର୍ଷା ଯୋଗୁଁ ଅକସ୍ମାତ ବନ୍ୟା, ଜଳବନ୍ଦୀ ସମସ୍ୟା, କଚ୍ଚା ଘର ଓ ରାସ୍ତା ନଷ୍ଟ ହେବା ଏବଂ ଭୂସ୍ଖଳନ ନେଇ ସତର୍କ କରାଇଛି ପାଣିପାଗ ବିଭାଗ ।
0 Comments