ଭୁବନେଶ୍ୱର : ପିପିଲି ବାହିଲି ପଡ଼ା ସାମାଜିକ ବାସନ୍ଦ ପ୍ରସଙ୍ଗ, ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ବାରସ୍ଥ ହେଲେ କଙ୍ଗାରୁ କୋର୍ଟ ର ଶୀକାର ହୋଇଥିବା ପୀଡ଼ିତ ପରିବାର । ସୂଚନା ଥାଉକି ପିପିଲି ବାହିଲି ପଡ଼ା ରେ କଙ୍ଗାରୁ କୋର୍ଟ ର ଶୀକାର ହୋଇ ୧୨ ବର୍ଷ ଧରି ଏକ ଘରକିଆ ଦିଲ୍ଲିପ ହୋଇ ଥିବା ଦିଲ୍ଲିପଙ୍କ ଝିଅ ବିବାହ ଘର କାର୍ଯ୍ୟକ୍ରମରେ ଯୋଗ ଦେବା ରେ ସାତ ଜଣଙ୍କୁ କଙ୍ଗାରୁ କୋର୍ଟରେ ଦଣ୍ଡ ବିଧାନ କରାଯାଇ ଥିଲା । ନିଷ୍ପତ୍ତି କୁ ଅମାନିଆ ହୋଇ ଆଇନର ଦ୍ଵାରସ୍ଥ ହେବା ପରେ ଘଟଣା ସମ୍ପର୍କରେ ପ୍ରଶାସନ ର ନଜର କୁ ଆସିଥିଲା। ପିପିଲି ବାହିଲି ପଡ଼ା ଗ୍ରାମର ସ୍ନେହକର ପାଟସହାଣୀ ପିପିଲି ଥାନାରେ ଅଭିଯୋଗ କରିବା ପରେ ଏ ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରମୁଖ ଖବର ପାଲଟି ଥିଲା । ଅଭିଯୋଗ ଅନୁସାରେ
କଙ୍ଗାରୁ କୋର୍ଟ ନିଷ୍ପତ୍ତି ମାନିବା ପାଇଁ ବାଧ୍ୟ କରାଯାଉ ଥିବା ବେଳେ ମାନସିକ ଓ ଶାରିରୀକ ନିର୍ଯ୍ୟାତନ। ଓ ଏହା ସହିତ ଅର୍ଥ ଦଣ୍ଡ ନିଆଯାଇ ଥିବା ନେଇ ଅଭିଯୋଗ କରିଥିଲେ ସ୍ନେହକର। ନିଷ୍ପତ୍ତି କି ନ ମାନିଲେ ଏକ ଘରକିଆ କରି ନିଆଁ ପାଣି ବାସନ୍ଦ କରାଯାଉ ଥିବା ବେଳେ ଧର୍ମାନୁଷ୍ଠାନକୁ ଯିବା ପାଇଁ ବିରୋଧ କରାଯାଉ ଥିବା ଭଳି ଅଭିଯୋଗ ହୋଇ ଥିଲା। ପୂର୍ବରୁ ସ୍ନେହ କର ଙ୍କ ଭାଇ ଆକ୍ରୋଶର ଶୀକାର ହୋଇ ଦୀର୍ଘ ୧୨ ବର୍ଷ ଧରି କଙ୍ଗାରୁ କୋର୍ଟର ଏକ ତରଫା ରାୟ ରେ ମାନସିକ ଅଶାନ୍ତି ରେ ଜୀବନ ବିତାଉଥିଲେ ।ପରେଉକ୍ତ ବାହିଲି ପଡା ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ଦିଲ୍ଲିପ ପାଟସାହାଣିଙ୍କ ପରିବାର ର ଅନ୍ୟ ସମ୍ପର୍କୀୟ ମାନେ କଙ୍ଗାରୁ କୋର୍ଟ ର ଶୀକାର ହୋଇ ଥିବା ନେଇ ସାମ୍ନା କୁ ଆସିଥିଲା।୨୦୨୩ ଏପ୍ରିଲ ମାସରେ ଦିଲ୍ଲିପ ଙ୍କ ଝିଅ ବିବାହ ଘର କୁ ଯାଇଥିବା ତାଙ୍କ ଭାଇ ଓ ବନ୍ଧୁ ପରିବାର ବର୍ଗଙ୍କୁ ପୁଣି ଥରେ କଙ୍ଗାରୁ କୋର୍ଟ ରେ ଦୋଷୀ ସାବ୍ୟସ୍ତ କରିବା ସହିତ ୫ ହଜାର ଟଙ୍କା କରାଯାଇଥିଲା ଜୋରିମନା। କଙ୍ଗାରୁ କୋର୍ଟ ରେ ସ୍ନେହକର ଓ ସାମୁଏଲ ପାଟ୍ଟସାହାଣୀଙ୍କୁ ଏକ ଘରକିଆ କରି ନିଆଁ ପାଣି ବାସନ୍ଦ କରିଛି କଙ୍ଗାରୁ କୋର୍ଟ ରେ ଦୋଷୀ ସାବ୍ୟସ୍ତ କରାଯାଇ ଥିଲା ବୋଲି ପିପିଲି ଥାନାରେ ଅଭିଯୋଗ କରିଥିଲେ ଦିଲ୍ଲିପ ଙ୍କ ଭାଇ ସ୍ନେହକର ପାଟ୍ଟସାହାଣୀ । କେବଳ ପିପିଲି ଥାନା ନୁହେଁ ପୁରୀ ଏସପିଙ୍କୁ ଗତ ଏପ୍ରିଲ ମାସ ରେ ଏନେଇ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ ଅଭିଯୋଗ କୁ ଭିତ୍ତି କରି ଜୁଲାଇ ୧୪ତାରିଖ ରେ ପିପିଲି ତହସିଲଦାର ଙ୍କ କାର୍ଯ୍ୟାଳୟ ରେ ବାହିଲି ପଡ଼ା ସଂଖ୍ୟାଲଘୁ ସମ୍ପ୍ରଦାୟର ନେତୁତ୍ବ ,ଦିଲ୍ଲୀପ ଓ ସ୍ନେହକର ଙ୍କ ସମେତ ପିପିଲି ର ତତ୍କାଳୀନ ଆଇ ଆଇସି ଓ ପିପିଲି ତହସିଲଦାର ଙ୍କ ମଧ୍ୟରେ ଆଲୋଚନା କରାଯାଇ ଥିଲା । ଆଲୋଚନା ରେ କୌଣସି ବ୍ୟକ୍ତି ଙ୍କ ଠାରୁ ଜୋରିମନା ଆଦାୟ କରାଯାଇ ପାରିବ ନାହିଁ କି ଧର୍ମୀୟ ସ୍ଥାନକୁ ବନ୍ଦ କରାଯାଇ ପାରିବ ନାହିଁ ବୋଲି ଉଭୟ ପକ୍ଷ ଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ଅନ୍ୟ ଏକ ତାରିଖରେ ଏହାର ସମାଧାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ବାହିଲି ପଡ଼ା ସଂଖ୍ୟା ଲଘୁ ସମ୍ପ୍ରଦାୟର ନେତୁତ୍ବ ମାନେ ଚଳିତ ମାସ ଓ ପୂର୍ବ ମାସରେ ଦୁଇ ଜଣ ଙ୍କ ଠାରୁ ୫ହଜାର ଜୋରିମନା ଆଦାୟ କରାଯାଇ ଥିଲା। ଯେଉଁମାନେ ଜୋରିମନା ଦେଇ ନଥିଲେ ତାଙ୍କୁ ଏକ ଘରକିଆ କରାଯାଇ ଥିଲା । ଯାହାର ପ୍ରତିବାଦ ରେ ସ୍ନେହକର ଆଜି ରାଜ୍ୟ ମାନବ ଧିକାର କମିଶନଙ୍କ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି ।ଅଭିଯୋଗ କାରୀ ରାଜ୍ୟ ମାନବ ଧିକାର କମିଶନ ଙ୍କ ଦ୍ବାରସ୍ଥ ହୋଇ ଏହା ଉପରେ ପୁରୀ ଜିଲ୍ଲାପାଳ ଓ ପୁରୀ ଏସ୍ପି ଏହା ଉପରେ ହସ୍ତକ୍ଷେପ କରି ପୀଡିତ ପରିବାର କୁ ନ୍ୟାୟ ପ୍ରଦାନ କରିବା ପାଇଁ ମାନବ ଧିକାର କମିଶନ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି । ସ୍ନେହକର ଓ ଏକ ଘରକିଆ ଅନ୍ୟ ସମସ୍ତ ପରିବାର କୁ ନ୍ୟାୟ ପ୍ରଦାନ କରିବା ପାଇଁ ଆଇନଜୀବି ନିଶିକାନ୍ତ ମିଶ ଆଇନଗତ ସହଯୋଗ କରୁଛନ୍ତି ।
0 Comments