Header Ads Widget



BREAKING NEWS

6/recent/ticker-posts

ଛାତ୍ର କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

                                                                    


ପୁରୀ ; ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ କୁ ପୁଣି ରାଜ୍ଯ ସରକାର୍ ବାତିଲ କରିଛନ୍ତି। ଉଚ୍ଚ ଶିକ୍ଷା ବିଭାଗର କ୍ୟାଲେଣ୍ଡର ରେ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ତଥ୍ୟ ପ୍ରକାଶ ପାଇନାହିଁ। ଯାହାକୁ ନେଇ ବିଭିନ୍ନ ଛାତ୍ର ସଙ୍ଗଠନ ତୀବ୍ର ବିରୋଧ କରିଛନ୍ତି। ବିଜେଡି ସରକାର ଛାତ୍ର ଛାତ୍ରୀ ଙ୍କ ଗଣତାନ୍ତ୍ରିକ ଅଧିକାର କୁ କ୍ଷୁର୍ଣ୍ଣ କରିଥିବା ପୁରୀ ଜିଲା ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ରେ ପୁରୀ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ପୁରୀ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତୁରନ୍ତ ରାଜ୍ୟ ସରକାର କଲେଜ ଗୁଡ଼ିକ ରେ ଛାତ୍ର ସଂସଦ ନିର୍ବାଚନ ପାଇଁ ପୁରୀ ଜିଲା ଛାତ୍ର କଂଗ୍ରେସ ଦାବୀ କରିଚି। ଏ ନେଇ ପୁରୀ ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ଛାତ୍ର କଂଗେସ ସଭାପତି ଆଶୁତୋଷ ମିଶ୍ର କହିଛନ୍ତି ଛାତ୍ର ସଂସଦ ନିର୍ବାଚନ ଦ୍ଵାରା ଦେଶ କୁ ନୁଆ ନେତା ମିଳିଥାଏ। କଲେଜ ନିର୍ବାଚନ ରୁ ନୁଆ ନେତା ସୃଷ୍ଟି ହୋଇ ଥାଆନ୍ତି। ନୂଆ ପିଢ଼ି ର ନେତୃତ୍ୱ ସୃଷ୍ଟି ହୋଇଥାଏ। ହେଲେ ବିଜେଡି ସରକାର କେବଳ ନିଜର ସଙ୍ଗଠନ ଦୃଢ଼ ରଖିବା, ଭୋଟ ହାତେଇବା ପାଇଁ ଜାଣିଶୁଣି କଲେଜ ରେ ନିର୍ବାଚନ କରୁନାହିଁ । କାଳେ ବିଜେଡ଼ିର ସମର୍ଥନ କମ ହେବ, ଯୁବ ଭୋଟ ର ବିଜେଡି ଠାରୁ ଦୂରେଇ ଯିବେ ତାକୁ ଆଶଙ୍କା କରି କଲେଜ ରେ ନିର୍ବାଚନ କରୁନାହିଁ। ଏହା ଦ୍ବାରା କଲେଜ ର ବିଭିନ୍ନ ସମସ୍ୟା, ଛାତ୍ର ଛାତ୍ରୀ ଙ୍କ ସମସ୍ୟା ସମାଧାନ ହୋଇ ପାରୁନାହିଁ ଛାତ୍ର କଂଗ୍ରେସ ଅଭିଯୋଗ କରିଛି।


Post a Comment

0 Comments