Header Ads Widget



BREAKING NEWS

6/recent/ticker-posts

ଆସନ୍ତା କାଲି ଲାଗୁ ହେବ ପିଏମ୍ ବିଶ୍ୱକର୍ମା ଯୋଜନା

                                                                       


 ପୁରୀ; ଚଳିତ ମାସ ୧୭ ତାରିଖରୁ ଲାଗୁ ହେବ ପିଏମ୍ ବିଶ୍ୱକର୍ମା ଯୋଜନା । ଓଡ଼ିଶାର ଭୁବନେଶ୍ୱର, ସମ୍ବଲପୁର, ପୁରୀରେ ଆୟୋଜନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖରେ ବିଶ୍ୱକର୍ମା ଯୋଜନାକୁ ପହଞ୍ଚାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ର ସରକାର । ପୁରୀ ରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀ ରେ ଏହି ସୂଚନା ଦେଇଛନ୍ତି ବିଜେପି ର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେବେ । ସମ୍ବଲପୁରରେ ଜନ୍ ବର୍ଲା ଉପସ୍ଥିତ ରହିବେ । ତେବେ ପୁରୀରେ କେନ୍ଦ୍ରମନ୍ତ୍ରୀ ଏମ୍‌. ମହେନ୍ଦ୍ର ଭାଇ ଉପସ୍ଥିତ ରହିବେ ବୋଲି ସମୀର ମହାନ୍ତି ସୁଚନା ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ  ଓଡ଼ିଶାରୁ ୧ ଲକ୍ଷ କାରିଗର ଉପକୃତ ହେବା ନେଇ ଆକଳନ କରାଯାଇଛି ।  ବିଶ୍ଵକର୍ମା ଯୋଜନାରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ ସହାୟତା । କୌଳିକ ବୃତ୍ତି କରୁଥିବା ଲୋକ ହେବେ ଉପକୃତ । 'ବିଶ୍ୱକର୍ମା ଯୋଜନା' ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧନ କରି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱକର୍ମା ଯୋଜନା ଲାଗୁ କରାଯିବ ବୋଲି କହିଥିଲେ।



Post a Comment

0 Comments