Header Ads Widget



BREAKING NEWS

6/recent/ticker-posts

ଶ୍ରୀକ୍ଷେତ୍ରରୁ ରାଉରକେଲା କୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ

                                                          


                                                   


                        

ପୁରୀ ; ପଶ୍ଚିମ ଓଡିଶାକୁ କେନ୍ଦ୍ରର ବଡ଼ ଉପହାର।ରାଜ୍ୟରେ ଶ୍ରୀକ୍ଷେତ୍ରରୁ ରାଉରକେଲା କୁ  ଗଡିଲା ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ।ଆସନ୍ତା ସେପ୍ଟେମ୍ବର ୩୦ରୁ ଏହି ଟ୍ରେନ ଗଡ଼ିବାକୁ ଥିବାବେଳେ ଆଜି ପୁରୀରୁ ତାଳଚେର ମଧ୍ୟରେ ହେବ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଟ୍ରାଏଲ ରନ ହୋଇଚି।ଟ୍ରାଏଲ ରନ ବେଳେ ଖୋର୍ଦ୍ଧା,ଭୁବନେଶ୍ୱର,କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ ଲେଖାଏଁ ରହିବ ଏହି ଏକ୍ସପ୍ରେସ ଟ୍ରେନ ।ଟ୍ରାଏଲ ରନ ପାଇଁ ପୁରୀ ଷ୍ଟେସନ ରୁ ସକାଳ ୯ଟା୩୦ ରୁ ବାହାରି ୧୨ ଟା ୩୦ ରେ ତାଳଚେର ପହଞ୍ଚିବ ଏହି ଟ୍ରେନ।ଚଳିତବର୍ଷ ମେ ୧୮ ତାରିଖରେ ରାଜ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିଥିଲା,ଯାହାକୁ ଭରଚୁଆଲ ମୋଡ଼ ରେ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।ତେବେ ରାଜ୍ୟରେ ଗଡ଼ିବାକୁ ଯାଉଥିବା ଏହି ଦ୍ଵିତୀୟ ବନ୍ଦେ ଭାରତ ସେମି ହାଇସ୍ପୀଡ଼ ଟ୍ରେନ ଟି ରାଉରକେଲା,ଝାରସୁଗୁଡା,ଅନୁଗୁଳ ଓ ତାଳଚେର କୁ ଯୋଡିବ ।ରେଳଯାତ୍ରୀଙ୍କୁ ଦ୍ରୁତ,ଆରାମଦାୟକ ଓ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ଦେଇ ଆସୁଛି ଏହି ବନ୍ଦେ ଭାରତ ଏକ୍ସପ୍ରେସ ।ରାଜଧାନୀରେ ଏକ୍ସପ୍ରେସ ତେଜସ୍ କୋଚର ଶୁଭାରମ୍ଭ କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରାଉରକେଲା ରୁଟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ନେଇ ଘୋଷଣା କରିଥିଲେ ।ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଦେଇ ରାଉରକେଲା ଯିବା ଦ୍ୱାରା ଏହି ଟ୍ରେନ ଯୋଗୁଁ ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ



Post a Comment

0 Comments