ପିପିଲି : ସିଧାସଳଖ ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ।ଜନ୍ମଦିନ ରେ ମିଛ କହି ଶିକ୍ଷକ ମାନଙ୍କୁ ଭୂତେଇ ଥିଲେ ବୋଲି କହି ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ସମୟରେ ଶିକ୍ଷକ ମାନଙ୍କ ଦ୍ଵାରା ବୃହତ୍ତର ପ୍ରକ୍ରିୟା ଶିକ୍ଷକ ମାନଙ୍କ ଦ୍ଵାରା ସମ୍ପାଦନ ହୋଇ ଥାଏ ବୋଲି କହିବା ସହିତ ନିର୍ବାଚନ କୁ ଆଖି ଆଗରେ ରଖି ଗତକାଲି ଗୋଟେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ବୋଲି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଥିବା ବେଳେ ପ୍ରାଥମିକ ଶିକ୍ଷକ ଙ୍କ ଆନ୍ଦୋଳନ କୁ କଂଗ୍ରେସ ସମର୍ଥନ କରି ଆସୁଛି , ଯେଉଁମାନେ ମଣିଷ ଗଢ଼ା କାରଖାନା ର ବିନ୍ଧାଣି ସେମାନେ ଧାରଣା ରେ ବସିଛନ୍ତି ତ୍ରୁରନ୍ତ ସରକାର ଏମାନଙ୍କ ନାର୍ଯ୍ୟ ଦାବୀ ପୂରଣ କରି ଏହାର ପରିସମାପ୍ତି କରନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ସରକାର ଙ୍କ ପାଖରେ ଦାବୀ ରଖିଛନ୍ତି। ସମାଜ କୁ ଗଢି ତୋଳି ସମାଜ କୁ ଦିଗ ଦର୍ଶନ କରୁଥିବା ଶିକ୍ଷକ ମାନଙ୍କ ନିଯୁକ୍ତି ର ଅସମନତା କୁ ସରକାର ତୁରନ୍ତ ଦୂର କରନ୍ତୁ ।
0 Comments