ଵଳଙ୍ଗା ; ଵଳଙ୍ଗା ମହାବିଦ୍ୟାଳୟ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯଇଛି ।ପୁରୀ ସଦର ମହକୁମା ଚିକିତ୍ସାଳୟ ଓ ଓଡ଼ିଶା ରକ୍ତକେନ୍ଦ୍ର ମିଳିତ ଆନୁକୁଲ୍ୟରେ ଵଳଙ୍ଗା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।ଶିବିରକୁ ଡାକ୍ତର ସୁନୀଲ କୁମାର ମଲ୍ଲିକ, ଵଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡା ଓ ଅଧ୍ୟକ୍ଷ ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ । ଡଃ ଦୀପକ୍ କୁମାର ସାହୁ, ଜୀତେନ୍ଦ୍ର କୁମାର ନାୟକ, ରୋଜାଲିନ ମହାନ୍ତି, ବିରଞ୍ଚି ବିଶ୍ଵାଳ ପ୍ରମୁଖ ପୁରୀ ରକ୍ତ କେନ୍ଦ୍ର ରୁ ଆସି ରକ୍ତ ଦେବା ପାଇଁ ଆଗ୍ରହୀ ଛାତ୍ର ଛାତ୍ରୀ ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ , ଜନସାଧାରଣଙ୍କ ଜନତା ଙ୍କ ଠାରୁ ୪୦ ୟୁନିଟ ରକ୍ତ।ସଂଗ୍ରହ କରାଯାଇଥିଲା।ଏନ୍.ଏସ. ଏସ କାର୍ଯ୍ୟ କ୍ରମର ଅଧିକାରୀ ମାନସ ରଞ୍ଜନ ମହାନ୍ତି, ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ନୀଳକଣ୍ଠ ମିଶ୍ର, ବଳଭଦ୍ର ରଥ, ଡଃ ପ୍ରଦୋଷ କୁମାର ପତି ପ୍ରମୁଖ କାର୍ଯ୍ୟ କ୍ରମରେ ସହାୟତା କରିଥିଲେ।
0 Comments