ପିପିଲି : ପୋଲିସ ଟିମ ପରାସ୍ତ । ୧୯ ରନ ରେ ମିଡ଼ିଆ ଇଲେଭେନ ରୁ ପରାସ୍ତ ହେଲା ପିପିଲି ପୋଲିସ ଟିମ ପିପିଲି ଜବହାର ବିଦ୍ୟାପୀଠ ରେ ଆଜି ଆୟୋଜିତ ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚ ରେ ମିଡ଼ିଆ ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଆଠ ଓଭର ରେ ୬୩ ରନ ର ଲକ୍ଷ୍ୟ ଦେଇଥିଲା ପୋଲିସ ଟିମ କୁ । ପୋଲିସ ଟିମ ର ନେତୁତ୍ବ ସୌମ୍ୟ ରଂଜନ ଜେନା ନେଇ ଥିବା ବେଳେ ମିଡ଼ିଆ ଇଲେଭେନ ର ନେତୁତ୍ବ ସଞ୍ଜୟ କୁମାର ପ୍ରଧାନ ନେଇଥିଲେ । ଟାର୍ଗେଟ ବହୁତ ଅଳ୍ପ ଥିଲେ ମଧ୍ୟ ମିଡ଼ିଆ ଇଲେଭେନ ବୋଲର ମାନଙ୍କ ମାପ ଚୁପ ବୋଲିଂ ଆଗରେ ବହୁ ସମୟ ଧରି ପଡ଼ିଆ ରେ କେହି ରହି ପାରି ନଥିଲେ । ପିପିଲି ପୋଲିସ ଟିମ ର ଅଲରାଉଣ୍ଡର ଦୀପକ କୁମାର ଖଣ୍ଡାୟତରାୟ ଙ୍କୁ ଅଳ୍ପ ସମୟ ମଧ୍ୟରେ ମିଡ଼ିଆ ଇଲେଭେନ ବୋଲର ଆଉଟ କରିବା ପରେ ନିୟମିତ ବ୍ୟବଧାନରେ ୱିକେଟ ନେଇ ବିଜୟ ଲାଭ କରିଥିଲା ମିଡ଼ିଆ ଇଲେଭେନ ।
ପୋଲିସ ଟିମ ର ଅଲରାଉଣ୍ଡ ର ସୌମ୍ୟ ରଂଜନ ଜେନା ଙ୍କ ପାଇଁ ସ୍ବତ୍ରଂତ ରଣନୀତି ପ୍ରସ୍ତୁତ କରିଥିଲା ଟିମ ମିଡ଼ିଆ ଇଲେଭେନ । ଟିମ ଇଲେଭେନ ର ଖେଳାଳି ମାନେ ଏକଜୁଟ ହୋଇ ଖେଳିବା ସହିତ ସିନିୟର ଖେଳାଳି ପ୍ରଦୁମନ୍ନ ସୁବୁଦ୍ଧିଙ୍କ ଗୋଟି ଚାଳନା ପାଇଁ ଆଜି ମିଡ଼ିଆ ଇଲେଭେନ ର ବିଜୟ ମୁକୁଟ ପିନ୍ଧିଲା ବୋଲି କୁହାଯାଉଛି । ଆଜିର ଏହି ଗୁରୁତ୍ତ୍ୱପୂର୍ଣ୍ଣ ମ୍ୟାଚ ରେ ମିଡ଼ିଆ ଏକାଦଶ ର ବହୁ ଖେଳାଳି ପିଟନେସ ଅଭାବ ରୁ ବାଦ ପଡିଥିବା ବେଳେ ଅଲରାଉଣ୍ଡ ର ସନ୍ତୋଷ ପ୍ରଧାନ ନିଜ ସ୍ଥାନ ବଜାୟ ରଖିଥିଲେ । ମିଡ଼ିଆ ଇଲେଭେନ ର ଏହି ବିଜୟ ପରେ ମିଡ଼ିଆ ଏକାଦଶ କୁ ବରିଷ୍ଠ ସାମ୍ବାଦିକ ବିଜୟ ମହାପାତ୍ର , ଦୁର୍ଗା ଚରଣ ନାୟକ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
0 Comments