ପୁରୀ ;ନିଆରା ଢଙ୍ଗରେ ଜନ୍ମ ଦିନ ପାଳିଲେ ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ । ନିଜ ଜନ୍ମ ଦିନରେ ରକ୍ତ ଦାନ ସହିତ ବୃକ୍ଷରୋପଣ କରି ନିଡାମ୍ବର ଭାବ ରେ ଜନ୍ମ ଦିନ ପାଳନ କଲେ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ନୀତି ଆଦର୍ଶ କୁ ଅନୁସରଣ କରୁଥିବା ଆଶ୍ରିତ ଓରଫ ରିକୁ ଆଜି ପିପିଲି ର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହିତ ପିପିଲି ମଙ୍ଗଳ ପୁର ହୋଟେଲ ରାଞ୍ଚ ରେ ରକ୍ତ ଦାନ ଶିବିର ଆୟୋଜନ କରିଥିଲେ । ଏହି ଶିବିର କୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ା, ବିଜେପି ନେତା ବାବୁ ସିଂ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପିପିଲି ଓ ଡେଲାଙ୍ଗ ଅଞ୍ଚଳ ର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଏହି ରକ୍ତଦାନ ଶିବିର ରେ ଯୋଗ ଦେଇ ରକ୍ତ ଦାନ କରିଥିଲେ ।
0 Comments