ପିପିଲି; ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ପିପିଲି ରେ ଅନୁଷ୍ଠିତ ହୋଇଅଛି । ଆଜି ଅପରାହ୍ନ ରେ ଆୟୋଜିତ ଏହି ଶିବିର ରେ ୮୨୯ ଜଣ ହିତାଧିକାରୀଙ୍କୁ ୩ କୋଟି ୬୦ଲକ୍ଷ ୬୨ହଜାର ୬ଶହ ଟଂକା ଚେକ ମାଧ୍ୟମ ରେ ପ୍ରଦାନ କରାଯାଇଛି । ଓଡିଶା କୋଠା ବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଓଡିଶା ଭୁବନେଶ୍ୱର ପୁରୀ ଜିଲ୍ଲା ଶାଖା ପକ୍ଷରୁ ଆୟୋଜିତ ଏହି ଶିବିର କୁ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପିପିଲି ଡେଲାଙ୍ଗ ଓ ପିପିଲି ଏନଏଏସି ର ୮୨୯ଜଣ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବାରେ ମୁଖ୍ୟମନ୍ତ୍ରୀ ସହଯୋଗ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଆଜିର ଏହି ଶିବିର ରେ ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ପ୍ରସ୍ତୁତି ସହାୟତା, ଶିକ୍ଷା ସହାୟତା ନୋମିନ ମାନଙ୍କୁ ପ୍ରଦାନ କରାଯାଇ ଥିଲା । ୯୦ଜଣ ଙ୍କୁ ମୃତ୍ୟୁ କାଳୀନ ସହାୟତା,ଅନ୍ତିମ ସଂସ୍କାର ପାଇଁ ୮୧ଜଣ, ବିବାହ ସହାୟତା ୩୨୩ଜଣ, ଶିକ୍ଷା ସହାୟତା ୩୩୦ଜଣ ଓ ମାତୁତ୍ବ ରେ ୫ଜଣ ଙ୍କୁ ସହାୟତା ପ୍ରଦାନ କରାଯାଇଛି । ନିର୍ମାଣ ଶ୍ରମିକ ସହାୟତା ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପିପିଲି ବ୍ଲକ ଅଧକ୍ଷା ଦେଵସ୍ବୀନି ନନ୍ଦ ଓ ଡେଲାଙ୍ଗ ବ୍ଲକ ଅଧକ୍ଷା ବାସନ୍ତୀ ସାହୁ ପିପିଲି ଏନ ଏ ଏସି ଚେୟାରମ୍ୟାନ ସେକ ବାବୁ, ପିପିଲି ବ୍ଲକ ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ଧରଣୀ ଧର ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ ଡ଼ିଏଲଓ ଚୌଧୁରୀ ସୁବ୍ରତ କୁମାର ଜେନା ,ଶିବ ଶଙ୍କର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।
ମୃତ୍ୟୁ କାଳୀନ ସହାୟତା ଚେକ ପାଇ ଥିବା ତିଲୋତ୍ତମା ମନ୍ତ୍ରୀ, ଭବାନି ମଲିକ, ମମତା ଜେନା, ସଂଯୁକ୍ତା ଜେନା ପ୍ରମୁଖ ଙ୍କୁ ୨ଲକ୍ଷ ୫ହଜାର ଟଙ୍କା ଚେକ ବିଧାୟକଙ୍କ ଦ୍ବାରା ପ୍ରଦାନ କରାଯାଇ ଥିବା ବେଳେ ସରକାର ଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏହି ମହିଳା ମାନେ ।
0 Comments