ନିମାପଡ଼ା:-ଆଞ୍ଚଳିକ ସାଧନକେନ୍ଦ୍ର ବାମନାଳ କ୍ଲଷ୍ଟର ଶିଶୁ ମହୋତ୍ସବ ସୁରଭି -୨୦୨୩ ବାମନାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସାଧନ କେନ୍ଦ୍ର ଅନ୍ତର୍ଗତ ୧୨ଟି ସ୍କୁଲ ଯୋଗଦେଇଥିଲେ। ସି.ଆର୍.ସିସି ସେକ୍ ମେଫୁଜ ହୁସେନ, ବରିଷ୍ଠ ଶିକ୍ଷକ ସନ୍ଦୀପ ନାରାୟଣ ଦାଶଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ,ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ସତପଥି ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ଦାଶ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇଥିଲେ। ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ସୁରଭିରେ ପ୍ରଥମକରି ମିଲେଟ୍ ଯାତୀୟଦ୍ରବ୍ୟକୁ ସ୍ଥାନୀୟ ଦିଆଗଲା । କୁଇଜ୍ ବକ୍ତୃତା , ଚିତ୍ରାଙ୍କନ, ବିଭିନ୍ନ ପ୍ରକାରର ସାଶ୍କୃତିକ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସରସ ସୁନ୍ଦର ହୋଇଥିଲା। ସହ ଶିକ୍ଷାଧିକାରୀ ସୌଦାମିନୀ ଦାଶଙ୍କୁ ପଚାରିବାରେ ସେ କହିଛନ୍ତି ଆମର ୨୨ଟି କ୍ଲଷ୍ଟରରୁ ୧୭ଟି ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଭଲରେ ଶେଷ ହୋଇଛି ବୋଲି କହିଛନ୍ତି।
0 Comments