ପୁରୀ ; ଗଣତନ୍ତ୍ରକୁ ସୁଦୃଢ କରେ ମତଦାନ। ମତଦାନ ସାବାଳକ ର ଗଣତାନ୍ତ୍ରିକ ଅଧିକାର। ଏହି ଅଧିକାର କୁ ସାବ୍ୟସ୍ତ କରିବାକୁ ଇଭିଏମ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା। ତେଣୁ ସାଧାରଣ ନିର୍ବାଚନରେ ଇଭିଏମର ବ୍ୟବହାର ହେଉଥିବାରୁ ଏହାକୁ ଯାଞ୍ଚ କରି ସଠିକ ଓ ସୁରକ୍ଷିତ ରଖିବା ଜରୁରୀ ବୋଲି କହିଛନ୍ତି ବରିଷ୍ଠ ଅଧିକାରୀ ମାନେ। ସଂସ୍କୃତି ଭବନ ଠାରେ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ଇଭିଏମ ଯାଞ୍ଚ ପ୍ରକ୍ରିୟାର ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଇଭିଏମ ର ସଠିକ କାର୍ଯ୍ୟ କାରିତା ପାଇଁ ଅକ୍ଟୋବର ମାସ ୩ ତାରିଖ ଠାରୁ ପେଣ୍ଠକଟା ସ୍ଥିତ ଇଭିଏମ ଓୟାର ହାଉସ ବା ଗୋଦାମ ଗୃହ ଠାରେ ଏହାର ଯାଞ୍ଚ ଆରମ୍ଭ ହେବ ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର ଭାରତର ନିର୍ବାଚନ ଆୟୁକ୍ତ ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା କୁ ୧୬ ଜଣ ଇଭିଏମ ଇଞ୍ଜିନିୟର ଆସିଛନ୍ତି ଓ ଏମାନଙ୍କ ଉପସ୍ଥିତିରେ ସମସ୍ତ ଇଭିଏମ ର ସଠିକତା ଯାଞ୍ଚ କରାଯିବ ବୋଲି କହିଥିଲେ।ଉପଜିଲ୍ଲାପାଳ ଭବତାରଣ ସାହୁ ବିସ୍ତୃତ ସୂଚନା ଦେଇ ଯାଞ୍ଚ ଦାୟିତ୍ବ ରେ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।ଏଥିରେ ସ୍ୱଛତା ରକ୍ଷା ଓ ଯାଞ୍ଚ ସମ୍ପର୍କରେ ଅବଗତ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ମଧ୍ୟ ସାମିଲ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା ସମସ୍ତଙ୍କୁ ସ୍ୱାଗତ ସହ ତାଲିମ କାର୍ଯ୍ୟ ପରିଚାଳନା କରିଥିଲେ।ଜିଲ୍ଲା ରେ ଉପଲବ୍ଧ ଥିବା ୪୦୮୮ ବାଲାଟ ୟୁନିଟ, ୪୦୯୩ କଣ୍ଟ୍ରୋଲ ୟୁନିଟ ଓ ୪୪୦୦ ଭିଭିପାଟ ର ଯାଞ୍ଚ ହେବ ବୋଲି ଜଣାଯାଇଛି।
0 Comments