ପିପିଲି ; ଆଜି ସାରାରାଜ୍ଯରେ ବିଜୁଜନତା ଦଳ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିଥିବାବେଳେ ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ଙ୍କ ନେତୃତ୍ଵରେ ଡେଲାଙ୍ଗ ଐତିହାସିକ ବେରବୋଇ ଗାନ୍ଧୀପିଠ ଠାରୁ ତାର ପଦଯାତ୍ରା ଆରମ୍ଭ କରିଛି Iଶହ ଶହ ବିଜୁଜନତା ଦଳ ର କର୍ମୀ ମାନେ ଏଥିରେ ସାମିଲ ହୋଇ ଥିଲେ।ଗାନ୍ଧୀପିଠ ଠାରୁ ପଦଯାତ୍ରା ଆରମ୍ଭ କରି ହାଟ ଡେଲାଙ୍ଗ ଠାରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ବିଭିନ୍ନ ସ୍ଥାନ ପଦଯାତ୍ର କରି ଓଡିଶା ସରକାରଙ୍କ ବିଭିନ୍ନ ଜନ ହିତକାରୀ ଯୋଜନା ସମ୍ପର୍କରେ ଜନସାଧାରଣ ଙ୍କୁ ସଚେତନ କରେଇବା ସହିତ ଅଞ୍ଚଳ ରେ ଥିବା ସମସ୍ୟା ନେଇ ଲୋକଙ୍କ ସହିତ ଆଲୋଚନା କରିଥିଲେ ।
\ ରାଜ୍ୟବ୍ୟାପୀ ବିଜେଡି ଆଜି ଠାରୁ ଏହି ପଦଯାତ୍ରା ଆରମ୍ଭ କରି ଥିବା ବେଳେ ଏହି ପଦଯାତ୍ରା ମାଧ୍ୟମ ରେ ପୁଣି ଥରେ ଲୋକ ଙ୍କ ନିକଟତର ହେବାକୁ ଚେଷ୍ଟା ଜାରି ରଖିଛି । କେବଳ ଏହି ପଦଯାତ୍ରା ରେ ବିଭିନ୍ନ ଅଞ୍ଚଳ ବୁଲି ଲୋକ ମାନଙ୍କୁ ଭେଟିବା ସହିତ ବୃକ୍ଷରୋପଣ ଓ ରକ୍ତଦାନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି ।
ଆଜି ର ପଦଯାତ୍ରା ରେ ପିପିଲି ବ୍ଲକ ର ଅଧ୍ୟକ୍ଷ ଦେଵସ୍ବିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ ସ୍ବାଇଁ, ପୁରୀ ଜିଲ୍ଲା ଯୁବ ବିଜେଡ଼ି ସଭାପତି ନାରାୟଣ ସ୍ବାଇଁ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କ ସଭାପତି କିଶୋର ଚନ୍ଦ୍ର ଛୋଟରାୟ, ପିପିଲି ଏନଏଏସି ଅଧକ୍ଷ ସେକବାବୁ ,ପୁରୀ ଜିଲ୍ଲା ବିଜେଡ଼ି ସମ୍ପାଦକ ସତ୍ୟଜିତ ରାୟ ଚୌଧୁରୀ, ପିପିଲି ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜ୍ୟୋସ୍ନା ରାଣୀ ପୁଷ୍ଟି, ଡେଲାଙ୍ଗ ବ୍ଲକ ବିଜେଡି ସଭାପତି ବୈରାଗୀ ଜେନା, ବ୍ଲକ ଅଧଃକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ ସାହୁ,ଆତ୍ମା ଅଧକ୍ଷ ପ୍ରକାଶ ଧଳ, ପିପିଲି ଏନ ଏ ଏସି କାଉନସିଲର ଚନ୍ଦନ ସେଠୀ, ଓ ସୌମ୍ୟ ରଂଜନ ସ୍ବାଇଁ ଓ ପିପିଲି ଏନ ଏଏସି ସଭାପତି ଶରତ ଚନ୍ଦ୍ର ବେହେରା , ପ୍ରମୁଖ ଯୋଗ ଦେଇଥିଲେ ।
0 Comments