ପିପିଲି: ଆଜି ପୂଜା ପାଉଛନ୍ତି ଶ୍ରୀଗଣେଷ, ଶିକ୍ଷାନୁଷ୍ଠାନ ହେଉ କି ବଜାର ସବୁଠାରେ ଆଜି ପୂଜା ପାଉଛନ୍ତି ଗଜାନନ । ପିପିଲି ର ବିଭିନ୍ନ ସରକାରୀ ବେସରକାରୀ ବିଦ୍ୟାଳୟ ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପୂଜାର ଆୟୋଜନ କରାଯାଇଥିଲା । ବିଶେଷ କରି ପିପିଲି ହାଇସ୍କୁଲ, ଜବହାର ବିଦ୍ୟାପୀଠ, ପିପିଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଦାଣ୍ଡ ମୁକୁନ୍ଦ ପୁର ସରସ୍ଵତୀ ଶିଶୁ ମନ୍ଦିର , ନହଲା ପଡ଼ା ହାଇସ୍କୁଲ , ଦଇସି ପାଟଣା ବାଣୀ ବିଦ୍ୟା ମନ୍ଦିର ରେ ପୂଜା ଅତି ଆଡ଼ମ୍ବରରେ ପାଳନ କରାଯାଇ ଥିଲା। ଆକର୍ଷଣୀୟ ସାଜସଜ୍ଜା ରେ ଝଲସି ଉଠୁ ଥିଲା ବିଦ୍ୟାଳୟ ଗୁଡିକ ।
ସେହିପରି ଆଜି ପିପିଲି ବଜାର ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଗଣେଷ ପୂଜାକୁ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ସେଥିପାଇଁ ପୁର୍ବ ପ୍ରସ୍ତୁତି ଅନୁଯାଇ ପ୍ରତିଯୋଗିତା ମୁଳକ ଗଜାନନଙ୍କ ପୂଜାଅର୍ଚ୍ଚନା,ସୂସଜିତ ମେଢ, ଆକର୍ଷଣିୟ ଆଲୋକସଜାରେ ଝଲସୁଛି ସାରା ପିପିଲି । ପିପିଲି ବଜାରରେ ମା ଦୁଲ୍ଲାଦେଇ କ୍ଳବ, ଦରଡାର ବାଜିରାଉତ କ୍ଲବ ,ମହାରାଜା ବ୍ଳବ, ରୟାଲ କ୍ଳବ, ଫ୍ରେଣ୍ଡସ କ୍ଳବ , ସିଂ ସାହି ରୟାଲ କ୍ଲବ , ମା ମଙ୍ଗଳା କ୍ଳବ ,ପିପିଲି ବଜାର ବ୍ୟବସାୟୀ ସଂଘ ସମେତ ମୋଟ ୧୫ଟି ବଡ ପୂଜାମଣ୍ଡପ ରେ ଗଜାନନ ପୂଜା ପାଉଛନ୍ତି । ଚିତାକର୍ଶକ ମୃତି ସାଙ୍ଗକୁ ସୁସଜିତ ଆଲୋକ ସଜାରେ ପିପିଲି ବଜାର ଉତ୍ସବ ମୁଖର ହୋଇପଡିଛି ।
ପୂର୍ବ ନିଷ୍ପତି ଅନୁଯାଇ ବଜାରର ସମସ୍ତ ପୂଜା କମିଟିର ଗଜାନନଙ୍କ ଆସନ୍ତା ୨୫ତାରିଖ ତଥା ସୋମବାର ଦିନରେ ସମୁହ ଭଷାଣି ଯାତ୍ରା ଗୋଟିଏ ଦିନରେ କରାଯିବ ବୋଲି ସୂଚନା ରହିଛି । ତା ପୂର୍ବରୁ ବିଭିନ୍ନ କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି ,ଭଜନସଂନ୍ଧ୍ୟା ହେବ ବୋଲି ସୁଚନା ମିଳିଛି । ସେହିଭଳି ପିପିଲି ପିପିଲି ପୈାରାଚଂଳ ଜୟପୁରହାଟ ମହାବୀର କ୍ଲବ ପକ୍ଷରୁ ଗଜାନନ ପୂଜାକୁ ବହୁ ଆଡମ୍ବରରେ ପାଳନ କରାଯାଇଛି। ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶାର ଲୋକପ୍ରିୟ କଳାକାର ଙ୍କ ଦ୍ଵାରା ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ଓ ଏଥିରେ ସମସ୍ତେ ଅଂଶ ଗ୍ରହଣ କରିବା ପାଇଁ କ୍ଳବ ପକ୍ଷରୁ ଅନୁରୋଧ କରାଯାଇଛି । ସେପଟେ ପିପିଲି ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ କରାଯାଉ ଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
0 Comments