Header Ads Widget



BREAKING NEWS

6/recent/ticker-posts

ପଞ୍ଚମହାଭୂତ ରେ ଲୀନ ହେଲେ ଓଡ଼ିଶା ର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର।

                                                             


ଭୁବନେଶ୍ୱର:- ଆଜି ଓଡିଶା ଚିତ୍ରକଳା ଜଗତ ପାଇଁ ଏକ ଦୁଃଖଦ ଦିବସ, ପଞ୍ଚମହାଭୂତ ରେ ଲୀନ ହେଲେ ଓଡ଼ିଶା ର ବିଶିଷ୍ଟ ଚିତ୍ରଶିଳ୍ପୀ ପଦ୍ମନାଭ ମିଶ୍ର।  ସ୍ୱାଧୀନତା ପୂର୍ବ ୧୯୪୦  ରେ ବର୍ତ୍ତମାନ ର ସୁବର୍ଣ୍ଣପୁର ଜିଲ୍ଲା ରେ ଜନ୍ମ ଗ୍ରହଣ କରନ୍ତି ଓ  ହାଇସ୍କୁଲ ଶିକ୍ଷା ଗ୍ରହଣ ପରେ  ସରକାରୀ କାର୍ଯ୍ୟ ରେ ଯୋଗଦାନ କରନ୍ତି, କିନ୍ତୁ ନିଜ ଭିତରେ ଥିବା ଚିତ୍ରକର ତାଙ୍କୁ ସରକାରୀ ଚାକିରୀ ରେ ବାନ୍ଧି ରଖି ପାରେ ନାହିଁ ଓ ସରକାରୀ ଚାକିରୀ ର ମୋହ ଭଙ୍ଗ କରି ଚିତ୍ରକଳା ଶିକ୍ଷା ଗ୍ରହଣ ପାଇଁ ଚାଲି ଯାଆନ୍ତି ସୁଦୂର ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟ  ଶାନ୍ତି ନିକେତନ ଓ ଶିକ୍ଷାଲାଭ ପରେ  ନିଜ ମାଟି କୁ ଫେରି ଆସି ଗଙ୍ଗାଧର ମହାବିଦ୍ୟାଳୟ  ସମ୍ବଲପୁରରେ ଉଦ୍ଭିଦ ବିଜ୍ଞାନ ବିଭାଗ ରେ ଚିତ୍ରଶିଳ୍ପୀ ଭାବେ ଯୋଗଦାନ କରନ୍ତି କର୍ମମୟ ଜୀବନର କିଛି ସମୟ ଅତବାହିତ ପରେ ନିଜ ଭିତର ଚିତ୍ରଶିଳ୍ପୀ ତାଙ୍କୁ ଆନ୍ଦୋଳିତ କରେ ଓ ଗଢି ଉଠେ ପଶ୍ଚିମ ଓଡ଼ିଶାର  ଅଗ୍ରଣୀ ଚିତ୍ରକଳା ଅନୁଷ୍ଠାନ "ଚିତ୍ରଭୂମି"। ଚିତ୍ରଭୂମି ର ପତିଷ୍ଠାତା ଶ୍ରୀ ମିଶ୍ରଙ୍କ ଦ୍ଵାରା ଅନେକ ପ୍ରତିଭା ତାଙ୍କ ଶିଖର ରେ ପହଞ୍ଚି ପାରିଛନ୍ତି। 

ବିଭିନ୍ନ ସମୟ  ବିଭିନ୍ନ ଚିତ୍ରକଳା ପ୍ରଦର୍ଶନୀ ଯଥା ୟୁଥ୍ ଫୋରମ୍, ଭୂମିକା ବଲାଙ୍ଗୀର, ରୋଟରି ସମ୍ବଲପୁର ଓ ଆହୁରି ଅନେକ  ଯଥା ସୂଚନା ଭବନ ରେ ତାଙ୍କ ଏକକ  ପ୍ରଦର୍ଶନୀ "ଅନ୍ଧାର ଆଲୁଅ", "ମଧୁଶାଳା" ବହୁ ଲୋକ ଆଦୃତ। ଶ୍ରୀ ମିଶ୍ର କେବଳ ଯେ ଜଣେ ଚିତ୍ରଶିଳ୍ପୀ ନଥିଲେ ସେ ତବଲା ବାଦନ ରେ ସ୍ନାତକୋତ୍ତର ମଧ୍ୟ ଥିଲେ। 

 ବହୁ ବର୍ଷ ଧରି ନିଜ ଏକମାତ୍ର ପୁତ୍ର ସିଦ୍ଧାର୍ଥ ଙ୍କ ସହ ଭୁବନେଶ୍ୱର ରେ ରହୁଥିଲେ ଓ ଏକ ଛୋଟ ଦୁର୍ଘଟଣା ରେ ଆହତ ହୋଇ ଦୀର୍ଘ ଦିନ ଧରି ଚିକିସ୍ତିକ ହେବା ପରେ ଆଜି  ୮୩ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି, ମୃତ୍ୟ ଶଯ୍ୟା ନିକଟରେ ବନ୍ଧୁ ପରିଜନ ଙ୍କ ଉପସ୍ଥିତି ରେ ଏକ ମାତ୍ର ପୁତ୍ର ସିଦ୍ଧାର୍ଥ ମୁଖଗ୍ନୀ ଦେଇଥିଲେ ଓ ଚିତ୍ର କଳା ଜଗତ ରେ ଏକ ଯୁଗର ଅବସାନ ଘଟିଛି।.


Post a Comment

0 Comments