Header Ads Widget



BREAKING NEWS

6/recent/ticker-posts

ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ

                                                                   


ପୁରୀ ;  ତେଜିଲା ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ।  ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ସପକ୍ଷରେ କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ସମେତ ସେବାୟତ,ବୁଦ୍ଧିଜୀବୀ ମାନେ ମତ ରଖିଥିବା ବେଳେ  ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ତଥା ଚାରି ଦ୍ଵାରରେ ଭକ୍ତଙ୍କ ପ୍ରବେଶ କଟକଣା ଉଠାଇବା ପାଇଁ ଆଜି ଦକ୍ଷିଣଦ୍ଵାର ସମ୍ମୁଖରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲା  କଂଗ୍ରେସର ପକ୍ଷରୁ  ଦକ୍ଷିଣଦ୍ୱାର ସମ୍ମୁଖରେ ଚାରିଦୁଆର ଯଥାଶୀଘ୍ର ଖୋଲିବା ନେଇ ଧାରଣା ଦେବା ସହ ଧଷେଇ ପସିବାକୁ ଉଦ୍ୟମ କରିଥିଲେ। ମାତ୍ର ମୁତୟନ ଥିବା ପୋଲିସ କର୍ମଚାରୀ ମାନେ ସେମାନଙ୍କୁ ଅଟକାଇଥିଲେ। ତେବେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ଆଳ ଦେଖାଇ ଚାରିଦୁଆର ବନ୍ଦ ରହିଥିବା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟୀକରଣକୁ ଜିଲ୍ଲା କଂଗ୍ରେସ ସମ୍ପୂର୍ଣ୍ଣ ବିରୋଧ କରିବା ସହ 5t ସଚିବଙ୍କୁ ଏଥିପାଇଁ ସିଧାସଳଖ ଦାୟୀ କରିଥିଲେ। କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ଥିବାବେଳେ ପୁରୀବାସୀଙ୍କ ପାଇଁ ପରିଚୟପତ୍ର ଯାଞ୍ଚ କରି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଛଡାଯାଉଛି। ବିଶେଷ ନୀତିକାନ୍ତି ଓ ପର୍ବପର୍ବାଣି ମାନଙ୍କରେ ଭକ୍ତଙ୍କ ଲମ୍ବା ଭିଡ ପରିଲକ୍ଷିତ ହେଉଥିବା ବେଳେ ଭିଡ ଭିତରେ ଅନେକ ବୃଦ୍ଧବୃଦ୍ଧା ଦହଗଞ୍ଜ ହେଉଛନ୍ତି। ତେବେ ଖୁବଶୀଘ୍ର ଶ୍ରୀମନ୍ଦିର ଚାରିଦୁଆର ନଖୋଲିଲେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ଯୋଗୁଁ ଚାରି ଦ୍ୱାର ଦର୍ଶନ ବନ୍ଦ କରାଯାଇଛି। ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇ ଚୁଡାନ୍ତ ନିସ୍ପତ୍ତି ନିଆଯିବ ବୋଲି ଅତରିକ୍ତ ଏସପି ସୁଶୀଲ ମିଶ୍ର କହିଛନ୍ତି ।  ତେବେ କିଛିମାସ ପୂର୍ବରୁ ପୁରୀର ଅଗ୍ରଣୀ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ତରଫରୁ ଚାରିଦୁଆର ଖୋଲିବା ନେଇ ଦସ୍ତଖତ ଅଭିଯାନ ଶେଷ ହେବାପରେ ମହାମହୀମ ରାଜ୍ୟପାଳଙ୍କୁ ମଧ୍ୟ ଏସମ୍ପର୍କରେ ଅବଗତ କରାଇଥିଲା। ତେବେ ଆଜି କଂଗ୍ରେସ ପକ୍ଷରୁ ଯେଭଳି ଭାବେ ବିକ୍ଷୋଭ ପ୍ରଦର୍ଶନ କରାଗଲା ସେଥିରେ ଅପ୍ରସ୍ତୁତ ହୋଇଯାଇଥିଲା ପୁଲିସ। ପୂର୍ବରୁ ସିଂହଦ୍ଵାର ବ୍ଯତିତ ଅନ୍ଯ କୌଣସି ଦ୍ୱାର ସମ୍ମୁଖରେ ଏଭଳି ପ୍ରତିବାଦ ଦେଖାଯାଇନଥିବା ବେଳେ ଦକ୍ଷିଣ ଦ୍ୱାର ସମ୍ମୁଖରେ ହୋଇଥିବା ବିକ୍ଷୋଭ  ବେଶ୍ ପ୍ରଭାବ ପକାଇଛି। ବିକ୍ଷୋଭକାରୀ ମାନେ କାଳେ ମନ୍ଦିର ଭିତରକୁ ଧଷେଇ ପଶିବେ ସେଥିଲାଗି ଦକ୍ଷିଣ ଦ୍ୱାରରେ ବ୍ଯାପକ ପୁଲିସ ମୁତୟନ କରାଯାଇଥିଲା। ଏମିତିକି ପୁଲିସ ବରିଷ୍ଠ ଅଧିକାରୀ ମାନେ  ଜଗି ରହିଥିବା ଦେଖିବାକୁ ମିଳିଥିଲା।,, ପ୍ରଦେଶ କଂଗ୍ରେସ କମିଟି  ମହାପାତ୍ର,   , ସଂପାଦକ,  ବିଶ୍ୱନାଥ ଦାସ  ଏଆଇସିସି ସଦସ୍ୟ ସୁଜିତ୍ ମହାପାତ୍ର  ଙ୍କ ନେତୃତ୍ଵ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା  କଂଗ୍ରେସ .

 


Post a Comment

0 Comments