Header Ads Widget



BREAKING NEWS

6/recent/ticker-posts

ମନମୁଖୀ କାର୍ଯ୍ୟକଳାପ ନେଇ ସାମ୍ବାଦିକ ସମ୍ମିଳନୀ,ମେଳି ବାନ୍ଧିଲେ ପିପିଲି ମୋହରିର ଓ ଷ୍ଟାମ୍ପ ଭେଣ୍ଡର

                                                                 


                                                                             

 ଦ ରୁରାଲ ନ୍ୟୁଜ ବ୍ୟୁରୋ : ମେଳି ବାନ୍ଧିଲେ  ପିପିଲି ମୋହରିର ଓ ଷ୍ଟାମ୍ପ ଭେଣ୍ଡର ।ପିପିଲି ସବ ରେଜିଷ୍ଟାର ଙ୍କ ମନମୁଖୀ କାର୍ଯ୍ୟକଳାପ ନେଇ ସାମ୍ବାଦିକ ସମ୍ମିଳନୀ କରି  ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି କାର୍ଯ୍ୟାନୁଷ୍ଠାନ ଦାବି କଲେ ।  ୧୦ଦଫା ଦାବି କରି ୫ଦିନ ମଧ୍ୟରେ ସମାଧାନ କରିବା ପାଇଁ ସରକାର ଙ୍କୁ ଦେଲେ ଡେଡ଼ ଲାଇନ ,    

                                                                ଵିଶେଷ କରି  ପିପିଲି ସବ  ରେଜିଷ୍ଟାରର କାର୍ଯ୍ୟାଳୟ ରେ  ସ୍ଥାୟୀ  ସବ ରେଜିଷ୍ଟାର  ନଥିବା କାରଣ ରୁ ରେଜିଷ୍ଟ୍ରେସନ କାର୍ଯ୍ୟ ରେ ବାଧା ଉପୁଜିବା, ସହିତ ସରକାର ଙ୍କ ରେଭିନ୍ୟୁ ଆଦାୟ ବାଧା ପ୍ରାପ୍ତ ହେଉଛି ବୋଲି ଅଭିଯୋଗ କରିବା ସହିତ ସବ  ରେଜିଷ୍ଟାରରଙ୍କ ମନମାନି ପାଇଁ ରେଜିଷ୍ଟ୍ରି  ବନ୍ଦ ହେଉଥିବା,  ଦଲିଲ  ରେଜିଷ୍ଟ୍ରି ଭୁକ୍ତ ହେବାର  ତିନି ଦିନ  ମଧ୍ୟରେ ମିଳିବା ନିୟମ ଥିବା ବେଳେ ୧୦/୧୫ଦିନ ଲାଗିବା, ଲିଙ୍କ ନଥିବା ଆଳ ରେ ଜନସାଧାରଣ ଙ୍କୁ ହଇରାଣ କରିବା, ଜେନେରେଟର ଥାଇ  ବିଜୁଳି କାଟ ସମୟ ରେ ଏହାକୁ ବ୍ୟବହାର ନ କରିବା, ରେଭିନ୍ୟୁ ଆଦାୟ ରେ  ପିପିଲି   ସବ ରେଜିଷ୍ଟାର କାର୍ଯ୍ୟାଳୟ ଏକ ନମ୍ବର ଥିବା ବେଳେ ଜନ ସାଧାରଣ ଙ୍କ ବସିବା ନିମନ୍ତେ ସ୍ଥାୟୀ ଗୃହ, ପାନୀୟ ଜଳ, ଶୌଚାଳୟ ଆଦିର ସୁବ୍ୟବସ୍ଥା ନଥିବା ବେଳେ ମହିଳା ମାନେ ଶୌଚାଳୟ ନଥିବା ରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବା, କାର୍ଯ୍ୟାଳୟ ପଛ ପାର୍ଶ୍ଵରେ ସରକାରୀ ଯାଗା କୁ ଜବର ଦଖଲ ପ୍ରତି ଦୃଷ୍ଟି ନ ଦେବା, ରେକର୍ଡ ରୁମ ରେ ଥିବା କାଗଜ ପତ୍ର ସୁରକ୍ଷିତ ନଥିବା କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ନୂତନ ଗୃହ କେଉଁ ଉଦ୍ଧେଶ୍ୟରେ ବ୍ୟବହାର କରାଯିବ ସେ ନେଇ କାହା ପାଖରେ ସୂଚନା ନଥିବା କଥା କୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଥା ପନ କରି ସମସ୍ୟା ର ସମାଧାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଆସନ୍ତା ୫ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ କରୁ ନଚେତ ଉପନିବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଵ ବୋଲି ମୋହରିର ଓ ଷ୍ଟାମ୍ପ ଭେଣ୍ଡର ସାମ୍ବାଦିକ ସମ୍ମିଳନୀରେ ଦାବୀ ଉପସ୍ଥାପନ କରିଛନ୍ତି । ପିପିଲି ରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ  ଉପନିବନ୍ଧ କାର୍ଯ୍ୟାଳୟ ମୋହରିର ସଙ୍ଘ ସଭାପତି ପ୍ରତାପ ଚନ୍ଦ୍ର ଦାସ,ସମ୍ପାଦକ ଶୁଶିଲ କୁମାର ଦାସ,ଉପଦେଷ୍ଟା  ବିର୍ଷ୍ଣୁ ପ୍ରସାଦ ଦାସ, ଆଇନଜୀବି ଅନୁପ ପରିଡ଼ା, ନାରାୟଣ ବରାଳ, ରଣଜିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପିପିଲି ସବ ରେଜିଷ୍ଟାରର କାର୍ଯ୍ୟାଳୟ ସମସ୍ୟା ସମାଧାନ କରିବା ପାଇଁ ଦାବି ରଖିଛନ୍ତି ।



Post a Comment

0 Comments