ଦ ରୁରାଲ ବ୍ୟୁରୋ : ପିପିଲି ପାଇଁ ସୁନାମ ଆଣିଲେ ଶୁଭଙ୍କର । ରାଜ୍ୟସ୍ତରୀୟ ଗଣିତ ମେଳା ୨ୟ ସ୍ଥାନ ହାସଲ କରି ପିପିଲି ପାଇଁ ଗୌରବ ଆଣିଛନ୍ତି ଶୁଭଙ୍କର ଦାଶ ।ପିପିଲି ଦାଣ୍ଡମୁକୁନ୍ଦପୁର ସରସ୍ଵତୀ ଶିଶୁ ବିଦ୍ୟ ମନ୍ଦିର ରେ ସପ୍ତମ ଶ୍ରେଣୀ ଅଧ୍ୟୟନ କରୁଥିବା ଶୁଭଙ୍କର ରାଜ୍ୟ ସ୍ତରୀୟ ଗଣିତ ମେଳା ଭୁବନେଶ୍ୱର ନୀଳାଦ୍ରି ବିହାର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ବଛା ବଛା ଛାତ୍ର ଛାତ୍ରୀ ଙ୍କୁ ନେଇ ଏହି ଗଣିତ ମେଳା ରେ ଶୁଭଙ୍କର କ୍ଷେତ୍ରଫଳ ଓ ଆୟତନ ଉପରେ ଆଧାରିତ ନମୁନା କରି ସମଗ୍ର ରାଜ୍ୟ ରେ ୨ୟ ସ୍ଥାନ ଅଳଙ୍କୃତ କରିଛନ୍ତି ।
ଶୁପ୍ରଦ ଦାଶ ଓ ସସ୍ମିତା ଦାଶ ଙ୍କ ର ପୁତ୍ର ଶୁଭଙ୍କର ଏହି ସଫଳତା ର ଶ୍ରେୟ ନିଜ ବାପା ମା ,ଗୁରୁଜୀ ଓ ଗୁରୁମା ଙ୍କୁ ଦେଇଛନ୍ତି । ଶୁଭଙ୍କର ଏହି ସଫଳତା ହାସଲ କରିବା ପରେ ବିଦ୍ୟାଳୟ ପକ୍ଷରୁ ଶୁଭଙ୍କର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶୁଭଙ୍କର ଏହି ସଫଳତା ପଛରେ ତାର ଆକ୍ରାନ୍ତ ପରିଶ୍ରମ ,ପିତା ମାତା ଙ୍କ ଅବଦାନ ସହିତ ବିଦ୍ୟାଳୟର ଗଣିତ ଶିକ୍ଷକ ଶରତ କୁମାର ରଥ,ଦେବାଶିଷ ରଥ, ମଧୁସ୍ମିତା ଷଡ଼ଙ୍ଗୀ ଙ୍କର ଅବଦାନ ରହିଛି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଦାସ କହିଛନ୍ତି । ଅନ୍ୟପଟେ ଶୁଭଙ୍କର ଏହି ସଫଳତା ପାଇଁ ପ୍ରକାଶ ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ଶୁଭଙ୍କର ଙ୍କୁ ସମ୍ବର୍ଦ୍ଧିତ କରିଛି ।
0 Comments