Header Ads Widget



BREAKING NEWS

6/recent/ticker-posts

୧୨ ଘଣ୍ଟିଆ ହିନ୍ଦୋଳ ବନ୍ଦ

କାମାକ୍ଷାନଗର : ସାନ୍ଦା ପୁଲିସ ଫାଣ୍ଡିରେ ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ ଦେଖାଦେଇଛି। କାମାକ୍ଷାନଗର ଉପଖଣ୍ଡର ପରଜଙ୍ଗ ବ୍ଲକ ମହାବିରୋଡରେଞ୍ଜ ଡେହଡୁଳ ସେକ୍ସନ କୁମୁସି ମେଡ଼ିକାଲ ଛକ ଠାରେ ସବୁ ଦିନ ଭଳି ଜନ ଗହଳି ଥିବା ବେଳେ ଗତକାଲି ଅପରାହ୍ଣ ୫ଟା ସମୟରେ ଏକ ଦନ୍ତାହାତୀ ପଶି ଆସିଥିଲା। ସାନ୍ଦା ପୁଲିସ ଫାଣ୍ଡି ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଥିବା ସହ ଲୋକେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।


ଲୋକଙ୍କ ପାଟି ତୁଣ୍ଡ ହୋହାଲ୍ଲାରେ ହାତୀ ସେଠାରୁ ଯାଇ କୁମୁସି ମେଡ଼ିକାଲ ମୁଖ୍ୟ ଫାଟକରେ ପଶି ମେଡିକାଲ୍ ପାଚେରୀ ଭାଙ୍ଗି ବାହାରକୁ ଚାଲିଯାଇଛି । ପୂର୍ବରୁ କନ୍ଧରସିଂହା,ଆଇଟିଆଇ, କଟାବାହାଳ ମେଡିକାଲ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ଦନ୍ତାହାତୀ ପାଇଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ପକ୍ଷରୁ ସୋଲାର ତାର ବାଡ଼ର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

Post a Comment

0 Comments