Header Ads Widget



BREAKING NEWS

6/recent/ticker-posts

କଂଗ୍ରେସରୁ ନିଲମ୍ବିତ ହେଲେ ରାଉତରାୟ

ଭୁବନେଶ୍ୱର : କିଛି ଦିନ ଧରି ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ପୁଅ ମନ୍ମଥ ରାଉତରାୟଙ୍କ ମଧ୍ୟରେ ରାଜନୀତିକୁ ନେଇ ବିଭିନ୍ନ କଥା ସାମ୍ନାକୁ ଆସିବା ସହ ବିଭିନ୍ନ ଚର୍ଚ୍ଚା କରାଯାଉଥିଲା। ଏହାକୁ ନେଇ ଉଭୟଙ୍କ ମନ୍ତବ୍ୟ ମଧ୍ୟ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆସିଥିଲା।


ଏହାମଧ୍ୟରେ ଶୁକ୍ରବାର କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ। ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି। କଂଗ୍ରେସ ଶୃଙ୍ଖଳା କମିଟି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପିସିସି ସଦସ୍ୟ ଥାଇ ମଧ୍ୟ କଂଗ୍ରେସରୁ ଲଢିବେନି ବୋଲି ମନ୍ତବ୍ୟ ଦେବା ସହ କଂଗ୍ରେସର ନହେବା ନେଇ ଗଣମାଧ୍ୟମ ସମ୍ମୁଖରେ କହିଥିଲେ। ଏହାପରେ କାରଣ ଦର୍ଶାଅ ନୋଟିସ୍‌‌ର ଉତ୍ତର ନଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି।

Post a Comment

0 Comments