ନିମାପଡ଼ା:ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜେଡିର ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଵଳଙ୍ଗା ନିକଟସ୍ଥ ହରିପୁର ପଞ୍ଚାୟତର ଗୋଡିମାଳ ସ୍ଥିତ ଶାଳେଶ୍ଵର ମହାଦେବ ମନ୍ଦିର ଠାରୁ ଆରମ୍ଭ କରାଯାଇଛି।ଏଥି ସହ ବାଇଶି ପଞ୍ଚାୟତର ଭଗଵତୀପୁର କଲ୍ୟାଣ ମଣ୍ଡପ ପରିସରରେ ଏକ ସାଧାରଣ ସଭା ସହ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ହରିପୁର ପଞ୍ଚାୟତର ଗୋଡିମାଳ ଶାଳେଶ୍ବର ମହାଦେବ ମନ୍ଦିର ଠାରେ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରାରେ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ,ଉପାଧ୍ୟକ୍ଷା ଅନସୂୟା ମହାନ୍ତି, ବ୍ଲକ ବିଜେଡି ସଭାପତି ଅଶୋକ ସାହୁ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ଖଟୋଇ , ଶାଇଁସ ପଞ୍ଚାୟତ ପର୍ଯ୍ୟବେକ୍ଷକ ସତ୍ୟବାଦୀ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।
ଏହି ପଦଯାତ୍ରାରେ ବ୍ଲକର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମାନେ ସାମିଲ ହୋଇଥିଲେ। ଲୋକମାନଙ୍କ ସାଥିରେ ବିଧାୟକ ଶ୍ରୀ ଦାଶ ହରିପୁର,ଗଡପଦନପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୂ ଯାଇ ଲୋକମାନଙ୍କ ସମସ୍ୟା ପଚାରି ବୁଝିବା ସହ ନବୀନ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସହ ପଞ୍ଚାୟତରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ। ବିଧାୟକ ଶ୍ରୀ ଦାଶ ଚାଲିଚାଲି ଯାଉଥିବା ସମୟରେ ବିଭିନ୍ନ ସ୍ଥାନରେ ମହିଳା ମାନଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଭଗଵତୀପୁର ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହ ମିଶ୍ରଣ ପର୍ବ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଥାନୀୟ ବିଧାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ହରିପୁର,ଶାଈଶ ଶାସନ ଓ ଗଡପଦନପୁର ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଦଳତ୍ୟାଗ କରି ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିବା ବେଳେ ବିଧାୟକ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
0 Comments