Header Ads Widget



BREAKING NEWS

6/recent/ticker-posts

ଟିମ ଟାଇକୋଣ୍ଡୋ ପିପିଲି ଖେଳାଳି ଙ୍କ ଚମତ୍କାର ପ୍ରଦର୍ଶନ

                                                                     


  ପୁରୀ  ; ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଟିମ ଟାଇକୋଣ୍ଡୋ ପିପିଲି ଖେଳାଳି ଙ୍କ ଚମତ୍କାର ପ୍ରଦର୍ଶନ । ୧୬ତମ କ୍ୟୁରୋଗୀ ଓ ୮ତମ ପୁମ୍ସି ପ୍ରତିଯୋଗିତାରେ ଟିମ  ଟାଇକୋଣ୍ଡୋ ଖେଳାଳି ମାନେ ପିପିଲି ପାଇଁ ଗୌରବ ଆଣିଛନ୍ତି । ଟିମ  ଟାଇକୋଣ୍ଡୋର ସ୍ଵାଗତିକା ସାମନ୍ତରାୟ ଉଭୟ ପୁମ୍ସି ଓ କ୍ୟୁରୋଗି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ବେଳେ କ୍ୟୁରୋଗି ରେ ପ୍ରଥମ ସ୍ଥାନ ଅଧିକାର କରି ଗୋଲଡ଼ ମେଡାଲ ପାଇଥିବା ବେଳେ ପୁମ୍ସି ରେ ୨ୟ ସ୍ଥାନ ଅଧିକାର କରି ସିଲଭର ମେଡାଲ ପାଇଛନ୍ତି, ଅନ୍ୟ ଖେଳାଳି ଙ୍କ ମଧ୍ୟରେ ଗୋବିନ୍ଦ ଚରଣ ବେହେରା, ଓ ସୁବ୍ରତ ପ୍ରଧାନ ଗୋଲଡ଼ ମେଡାଲ ଅଳଙ୍କୃତ ଲାଭ କରିଥିଲା ବେଳେ ଲକ୍ଷ୍ମୀ ପ୍ରିୟା ଘଡେ଼ଇ ଓ ମହମ୍ମଦ ସାଦ ଅନଓର ବ୍ରୋଞ୍ଚ ମେଡାଲ ଲାଭ କରି ପିପିଲି ପାଇଁ ଗୌରବ ଆଣିଛନ୍ତି ।                                     


                                                                 ସେହିପରି  ଉତ୍ତରାଣୀ ଟାଇକୋଣ୍ଡୋ ଏକାଡେମୀ   ସାତ ଶଙ୍ଖ  ର  ସ୍ଵାଗତିକା ବରାଳ, ରୁଦ୍ର ପ୍ରସାଦ ବେହେରା, ଭୁପେନ୍ଦ୍ର ମୁଦୁଲି ଗୋଲଡ଼ ମେଡାଲ ପାଇଥିବା ବେଳେ ସାଇନାଥ ମହାନ୍ତି, ଜିଜ୍ଞାସିନୀ ବରାଳ,ଶ୍ରମିଷ୍ଟା ବାରିକ ସିଲଭର ମେଡାଲ ପାଇ ଗୌରବ ଅର୍ଜନ କରିଛନ୍ତି । ପୁରୀ  ରେଳବାଇ ଇଣ୍ଡୋର ଷ୍ଟାଡିୟମ ରେ ଆୟୋଜିତ ଦୁଇ ଦିନିଆ ଏହି ପ୍ରତିଯୋଗିତାରେ  ରାଜ୍ୟ ଟାଇକୋଣ୍ଡୋ ର ସମ୍ପାଦକ  ମନ ମୋହନ ଭଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିବା ବେଳେ ଟାଇକୋଣ୍ଡୋ କୋଚ୍  ବିଶ୍ଵ ନାଥ ନାୟକ, କୋଚ୍ ବୁମକେଶ ଏହି ଶିବିର ପରିଚାଳନା ରେ କରିବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।  ପ୍ରାୟ ୨୦ ଜଣ ଅଭିଜ୍ଞ  ରେଫରି ଙ୍କ ଦ୍ଵାରା ଏହି ପ୍ରତିଯୋଗିତା  କୁ ପରିଚାଳନା କରିଥିଲେ ।  ପିପିଲି ସମେତ ସତ୍ୟବାଦୀ, ନିମାପଡ଼ା, କୋଣାର୍କ, ପୁରୀ ର ବିଭିନ୍ନ ଟାଇକୋଣ୍ଡୋ ଏକାଡେମୀ ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଏହି ଜିଲ୍ଲା  ସ୍ତରୀୟ ପ୍ରତିଯୋଗିତାରେ ଗୋଲଡ଼ ମେଡାଲ ଲାଭ କରିଥିବା ଏହି ପ୍ରତିଯୋଗି ମାନେ ରାଜ୍ୟ  ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇବେ । ଟିମ  ଟାଇକୋଣ୍ଡୋ  ପିପିଲି ଓ ଉତ୍ତରାଣୀ ଟାଇକୋଣ୍ଡୋ ଏକାଡେମୀ ର ଖେଳାଳି ମାନଙ୍କୁ  କୋଚ୍ ଉପେନ୍ଦ୍ର ଘଡେଇ, ଦେବାଶିଷ ସିଂରାୟନ ଓ ଦ୍ଵିଜବର ବରାଳ ଅଭିନନ୍ଦନ ଜଣାଇଛନ୍ତି ।


Post a Comment

0 Comments