ପିପିଲି ; ଆଜି ପିପିଲି ବ୍ଲକ ସଁପୁର ପଂଚାୟତର ବାସୁପୁର ସ୍ଥିତ ଜଗେଶ୍ୱରୀ ମନ୍ଦିର ପରିସରରେ ବରିଷ୍ଠ କଂଗ୍ରେସ ନେତା
ବିଶ୍ୱ ରଂଜନ ମିଶ୍ର ଙ୍କ ସଭାପତିତ୍ୱରେ କଂଗ୍ରେସର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଯୋଗ ଦେଇଥିଲେ । ପିପିଲି ଡ଼େଲାଙ୍ଗ ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ କ୍ଷମତାକୁ ଆଣିବା ସହିତ କଂଗ୍ରେସ କିଭଳି ଭାବରେ ତାହାର ପୁରୁଣା ଗଡ଼କୁ ଫେରିବ ତାହାକୁ ନେଇ ମାନସ ମନ୍ଥନ ହୋଇଥିଲା । କଂଗ୍ରେସ ସବୁବେଳେ ଲୋକମାନଙ୍କ ସହିତ ଥିଲା ଅଛି ଏବଂ ରହିବ । ସାଧାରଣ ଖଟିଖିଆ ଏବଂ ଶ୍ରମିକମାନଙ୍କ ଦଳ ହେଉଛି କଂଗ୍ରେସ । ଗରିବମାନଙ୍କ ସ୍ୱପ୍ନ ସାକାର କରିବାର ଦଳ ହେଉଛି କଂଗ୍ରେସ ଦଳ । ପିପିଲି ଡ଼େଲାଙ୍ଗ ଅଂଚଳରେ ପ୍ରତି ଗାଁରେ ରହିଛନ୍ତି ଅନେକ କଂଗ୍ରେସ କର୍ମୀ । ଏବେ ସେମାନଙ୍କୁ କ୍ରିୟାଶିଳ କରାଯିବ । ସେମାନଙ୍କୁ ସାଥିରେ ନେଇ ଘରେ ଘରେ ପହଂଚିବ କଂଗ୍ରେସ । ଆସନ୍ତା ସପ୍ତାହରେ ଘର ଘର ହାତ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ କିପରି ନିର୍ବାଚନ ଲଢିବ ଏବଂ ବିଜୟୀ ହେବ ସେଥିପାଇଁ ବ୍ଲୁ ପ୍ରିଂଟ ପସ୍ତୁତ କରାଯାଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ କର୍ମୀମାନେ ଘରକୁ ଘର ବୁଲି ଜନ ସାଧାରଣଙ୍କୁ କଂଗ୍ରେସରେ ସାମିଲ ହେବା କରାଇବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି କର୍ମୀ ସମ୍ମିଳନୀରେ ଶ୍ରୀ ମିଶ୍ରଙ୍କ ସମେତ କଂଗ୍ରେସ ନେତା ଭରତ ଜେନା ସୁରେନ୍ଦ୍ର ସେଠୀ ବାବୁ ମହାପାତ୍ର ରବିନ୍ଦ୍ର ପଲେଇ ଦେବ ପରିଡ଼ା ରତନ କୁମାର ଜେନା ଦେବରାଜ ସାହୁ ଭରତ ଚନ୍ଦ୍ର ମହାରଣା ଭରତ ସାହୁ ଦେବରାଜ ଖଟେଇ ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
0 Comments